ପିଲାଙ୍କ ପିକନିକ ବସ ଓଲଟି ୨ମୃତ ୪୬ ଆହତ

ପିଲାଙ୍କ ପିକନିକ ବସ ଓଲଟି ୨ମୃତ ୪୬ ଆହତ

ରାଜ୍ୟ ଖବର

 

ମୁମ୍ବାଇ: ପୁନେ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ମୃତ, ୪୬ ଆହତ ହୋଇଥିବା ସୂଚନା ମିଳିଛି । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ମୁମ୍ବାଇ- ପୁନେ ଏକ୍ସପ୍ରେସ ହାଇୱେରେ ଖୋପୋଲି ନିକଟରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା। ଚିମ୍ବୁର ଅଞ୍ଚଳର ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକନିକ୍‌ କରିବାକୁ ଖୋପୋଲି ଯାଉଥିବା ବେଳେ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।

ଘଟଣା ବିଷୟରେ ଖବର ପାଇବା ପରେ ସ୍ଥାନୀୟ ପୋଲିସର ଦମକଳ ବିଭାଗ ଗାଡି ପହଞ୍ଚିଥିଲା। ତୁରନ୍ତ ଆହତଙ୍କୁ ନିକଟସ୍ଥ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ବସ୍‌ଟି କିପରି ଓଲଟିଲା, ତାହା ଜଣାପଡିନାହିଁ। ପିକନିକ୍‌ କରି ଫେରୁଥିବା ସମୟରେ ବସ୍‌ଟି ଓଲଟିଥିଲା ବୋଲି ଜଣେ ବରିଷ୍ଠ ପୋଲିସ ନିରୀକ୍ଷକ ଗୌରୀ ମୋରେ ପାଟିଲ କହିଛନ୍ତି । ତେବେ ଏହାକୁ ନେଇ ଘଟଣାର ପୋଲିସ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ମହାରାଷ୍ଟ୍ରରେ ପୁନେ ଜିଲ୍ଲାରେ ଲୋହଗଡ କିଲ୍ଲା ପାଖରେ ବସ୍‌ ଦୁର୍ଘଟଣା ଯୋଗୁଁ ୧୫ ଜଣ ଛାତ୍ରଙ୍କ ସମେତ ୧୭ ଲୋକ ଆହତ ହୋଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି, ଏକ ଘରୋଇ ଟ୍ୟୁସନ କ୍ଲାସର ପିଲାମାନେ ସେମାନଙ୍କୁ ଦେଖାଶୁଣା କରିଥିବା ଦୁଇ ଜଣ ଲୋକଙ୍କୁ ନେଇ କିଲ୍ଲା ବୁଲିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଆହତ ହୋଇଥିବା ୧୨-୧୫ ଜଣ ଛାତ୍ର ଥିଲେ । ବସର ବ୍ରେକ ଫେଲ ହେବା ଯୋଗୁଁ ଗାଡି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣା ହୋଇଥିଲା। ବସ୍‌ରେ ପାଖାପାଖି ୨୮ ଜଣ ଛାତ୍ର ଥିଲେ ।

Powered by Froala Editor