ଏହି ଦିନଠୁ ରାଜ୍ୟରେ ବଢିବ ଶୀତ

ଏହି ଦିନଠୁ ରାଜ୍ୟରେ ବଢିବ ଶୀତ

ରାଜ୍ୟ ଖବର

ଭୁବନେଶ୍ୱର : ଉପକୂଳ  ଓଡିଶାରେ ୧୫ତାରିଖ ଯାଏ ଅଧିକ ଶୀତ ଅନୁଭୂତ ହେବନାହିଁ । କିନ୍ତୁ ଦିନରେ ପାଗ କୋହଲା ରହିବ । ଆଭ୍ୟନ୍ତରୀଣ ଜିଲ୍ଲାକୁ ୧୪ ଓ ୧୫ ତାରିଖରେ ଶୀତ ଫେରିବ । ଉପକୂଳରେ ୧୬ତାରିଖ ପରେ ଶୀତ ବଢିବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି । ଏବେ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେଉନି । ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବା କାରରରୁ ଶୀତ କମିଛି ।

 

 ରାଜ୍ୟକୁ ଉତ୍ତରା ପବନ ଆସୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି ୧୫ତାରିଖ ଯାଏ ଏଭଳି ପାଗ ଅପରିବର୍ତ୍ତିତ ରହିବ । ୧୬ ତାରିଖ ଠାରୁ ପାଗ ବଦଳିବ । ପୁଣି ଉତ୍ତରା ପବନ ବହିବ ଓ ଅଧିକ ଶୀତ ଅନୁଭୂତ ହେବ । ଉତ୍ତର ଆଭ୍ୟନ୍ତରୀଣରେ ୧୪ରୁ ରାତି ତାପମାତ୍ରା  କମିବ । ପ୍ରାୟ ୪ଡିଗ୍ରୀ କମିପାରେ । ୧୫ରୁ ଦକ୍ଷିଣ ଆଭ୍ୟନ୍ତରୀଣ ରାତି ତାପମାତ୍ରା ୫ଡିଗ୍ରୀ କମିବ । ୧୬ରେ ଉପକୂଳରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମିପାରେ ବୋଲି ସେ କହିଛନ୍ତି। 

 



Powered by Froala Editor