ଆଜି ଶପଥ ନେବେ ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ଆଜି ଶପଥ ନେବେ ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ରାଜ୍ୟ ଖବର


ଭୁବନେଶ୍ୱର: ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଆଜି ବିଧାୟକ ଭାବେ ଶପଥ ନେବେ । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ଏହି ଅବସରରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହିବେ ।

ପଦ୍ମପୁର ଉପନିର୍ବାଚନରେ ବିରୋଧୀ ବିଜେପି ପ୍ରାର୍ଥୀଙ୍କଠାରୁ ୪୨ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବର୍ଷା । ଦିବଂଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ଏବଂ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ ହେଉଛନ୍ତି ବର୍ଷା ।

Powered by Froala Editor