ଉଦଯାପିତ ହେଲା ଡ଼ଗ୍ ଶୋ

ଉଦଯାପିତ ହେଲା ଡ଼ଗ୍ ଶୋ

ରାଜ୍ୟ ଖବର


ଭୁବନେଶ୍ୱର: ଓଡ଼ିଶା କେନେଲ କ୍ଲବ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ୱିନିଟ ୬ ଖେଳ ପଡ଼ିଆରେ ଗତ ତିନିଦିନ ଧରି ଚାଲିଥିବା ଡ଼ଗ ଶୋ’ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ବିଭିନ୍ନ ପ୍ରଜାତିର ପ୍ରାୟ ୮୦ରୁ ଅଧିକ କୁକୁର ଭାଗ ନେଇଥିଲେ । ମାଲିକଙ୍କ ଇସାରାରେ କଳା ପ୍ରଦର୍ଶନ କରିଥିଲେ କୁକୁର । ପ୍ରଥମଥର ପାଇଁ ଏହି ପ୍ରତିଯୋଗୀତାରେ ଦେଶୀ କୁକୁର ସାମିଲ ହୋଇ କଳା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ଦେଶୀ କୁକୁର ସାମିଲ ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରଶିକ୍ଷିତ କୁକୁର ମାଲିକଙ୍କ ନିଦେ୍ର୍ଧଶରେ ମନମତାଣିଆ ଚାଲି ଆରମ୍ଭ କରି ଦେଉଥିଲେ ।

ଓବିଡିଏଣ୍ଟ ଟ୍ରାଏଲରେ କୁକୁରଙ୍କ ରୁମାଲ ଖୋଜା ପ୍ରତିଯୋଗିତା ବେଶ୍ ଆକର୍ଷିତ କରିଥିଲା । ଏମାନଙ୍କର ପ୍ରଦର୍ଶନୀକୁ ବା ପ୍ରତିଭାକୁ ପରଖିବା ପାଇଁ ବିଦେଶରୁ ବିଚାରକ ମଧ୍ୟ ଆସିଥିଲେ । ଏହି ଦୌଡ଼ ଟ୍ରାକରେ ବେଶ ଧମାଲ ମଚାଇଥିଲେ ବିଦେଶୀ କୁକୁର । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମିଥିଲା । ପ୍ରଥମ ଦିନରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ ଜର୍ମାନ ସେଫଡର଼୍ । ଦୁଇବର୍ଷ ଧରି କୋଭିଡ଼ କଟକଣା ପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଚଳିତ ବର୍ଷ ଏହା ବେଶ ଧୁମଧାମରେ ପାଳନ କରାଯାଇଛି । 

Powered by Froala Editor