ନୂଆଦିଲ୍ଲୀ : ଟାଟାର ଅଂଶ ବିଶେଷ ଏୟାର ଇଣ୍ଡିଆ ଏବେ ସମ୍ପ୍ରସାରଣ ଦିଗରେ ଉଦ୍ୟମ ଜାରି ରଖିଛି । କମ୍ପାନି ଆଗାମୀ ଦିନରେ ଏହାର ଫ୍ଲିଟରେ ନୂଆ ୫୦୦ବିମାନ ଯୋଡିବାକୁ ଲକ୍ଷ୍ୟ ରଖିଛି । ଏହି ବିମାନଗୁଡିକ ବିଶେଷ କରି ଏୟାରବସ୍ ଏବଂ ବୋଇଙ୍ଗ ଭଳି କମ୍ପାନୀ ଯୋଗାଇବେ । ଏନେଇ ଡିଲ୍ ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।
ନୂଆ ବିମାନ ମଧ୍ୟରେ ୪୦୦ ନ୍ୟାରୋ ବଡି ଜେଟ୍ ଏବଂ ୧୦୦ୱାଇଡ ବଡି ବିମାନ ସାମିଲ ରହିବ । ଏଥିରେ ୧୨ରୁ ଉଦ୍ଧ୍ୱର୍ ଏୟାରବସ୍ ୩୫୦ ଏସ୍, ବୋଇଙ୍ଗ ୭୮୭ଏସ୍ ଏବଂ ୭୭୭ଭଳି ମଡେଲ ଯୋଡି ହେବ । ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ଭାବେ ନୂଆ ରୂପ ଦେବାକୁ ଟାଟା ଗ୍ରୁପ ଏବେ କାମ କରୁଛି ।
କୌଣସି ବିମାନ କମ୍ପାନୀ ପକ୍ଷରୁ ବିମାନ କିଣାରେ ଏହା ସର୍ବବୃହତ୍ତ ଡିଲ୍ ହୋଇପାରେ ବୋଲି କୁହାଯାଉଛି । ଗୋଟିଏ ଦଶନ୍ଧି ତଳେ ଆମେରିକୀୟବିମାନ କମ୍ପାନୀଗୁଡିକ ମିଳିତ ଭାବେ କିଣିଥିବା ୪୬୦ବିମାନ ତୁଳନାରେ ଏହା ଢେର ଅଧିକ ହେବ । ତେବେ ଡିଲ ବେଳେ ଏୟାର ଇଣ୍ଡିଆକୁ ବୃହତ୍ତ ପରିମାଣର ରହାତି ମିଳିପାରେ । ଏନେଇ ଉଭୟ ବୋଇଙ୍ଗ, ଏୟାର ବସ୍ ଏବଂ ଟାଟା ଗ୍ରୁପର ପ୍ରତିକ୍ରିୟା ଲୋଡାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ ।
ଟାଟା ଏବଂ ଭିସ୍ତାରର ମିଶ୍ରଣ ଘୋଷଣା ପରେ ଏହି ଡିଲ ହେବା ନେଇ ଶୁଣାଯାଉଛି । ବିମାନ ସଂଖ୍ୟା ବଢାଇ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରରେ ଉପସ୍ଥିତ ବଢାଇବା ଦିଗରେ କମ୍ପାନୀ ଏବେ ଆଗକୁ ବଢୁଛି । ଡିଲ୍ ପରେ ୨୧୮ ବିମାନ ସହ ଟାଟା ଅନ୍ତର୍ଜାତୀୟ ବିମାନ ସେବା କ୍ଷେତ୍ରରେ ଦେଶର ପ୍ରଥମ କମ୍ପାନି ଏବଂ ଘରୋଇ ବଜାରରେ ସେବା କ୍ଷେତ୍ରରେ ଦ୍ୱିତୀୟ ବୃହତ୍ତ କମ୍ପାନୀ ପାଲଟିଛି ।
ବର୍ତ୍ତମାନର ଏୟା ଇଣ୍ଡିଆକୁ ୧୯୩୨ରେ ଜେଆରଡି ଟାଟା ସ୍ଥାପନ କରିଥିଳେ । ଏହା ୧୯୫୩ରେ ଘରୋଇକରଣ ହୋଇଥିଲା । ଚଳିତ ବର୍ଷ ଜାନୁଆରୀରେ ଟାଟା ଏହାକୁ ପୁଣି ଥରେ ନିଜ ନିୟନ୍ତ୍ରଣକୁ ଆଣିଛି । ତେବେ ବିଶ୍ୱ ବଜାରରେ ଏକ ଦୃଢ ସ୍ଥିତି ବଜାୟ ରଖିବା ନେଇ ଟାଟାର ଏହି ଊଦ୍ୟମ ଆହ୍ୱାନପୂର୍ଣ୍ଣ ହେବା ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।
Powered by Froala Editor
