ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ ମଣ୍ଡିରେ କଟନୀ ଛଟନୀ ପ୍ରତିବାଦରେ ଚାଷୀମାନେ ରାସ୍ତାରୋକ କରିଥିବାର ଖବର ମିଳିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଯେତେ ଯାହା କଲେ ମଧ୍ୟ ଦୂର ହେଉନି ସେମାନଙ୍କ ଦୁଃଖ। ମଣ୍ଡି ମାନଙ୍କରେ ଧାନ କଟନୀ ଛଟନୀ କରାଯାଉଛି। ମିଲର୍ସ ଏବଂ ଅଫିସରଙ୍କ ମଧୁଚନ୍ଦ୍ରିକା ଚାଲିଛି । ଏଥିଲାଗି ଚାଷୀ ଅଯଥାରେ ହଇରାଣ ହରକତ ହେଉଛି।
ଏହାର ପ୍ରତିବାଦରେ ଆଜି ବଲାଙ୍ଗୀର ଜିଲ୍ଲାର ଶହ ଶହ ଚାଷୀ, ବଲାଙ୍ଗୀର-ସୋନପୁର ରାଜରାସ୍ତାକୁ ମଳମୁଣ୍ଡା ଛକ ଠାରେ ଅବରୋଧ କରିଛନ୍ତି। ଚାଷୀଙ୍କ ରାସ୍ତାରୋକ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
Powered by Froala Editor
