ଆରମ୍ଭ ହେଲା ବାଂଲାଦେଶ-ଭାରତ ଟେଷ୍ଟ ସିରିଜ୍‌

ଆରମ୍ଭ ହେଲା ବାଂଲାଦେଶ-ଭାରତ ଟେଷ୍ଟ ସିରିଜ୍‌

ଖେଳ ଖବର

ଢାକା: ବାଂଲାଦେଶ ଠାରୁ ଦିନିକିଆ ସିରିଜ ହାରିଥିବା ଟିମ ଇଣ୍ଡିଆ ଆଜି ଠାରୁ ଟେଷ୍ଟ ସିରିଜ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର କାମଚଳା ଅଧିନାୟକ କେଏଲ ରାହୁଲ ଟସ୍‌ ଜିତିଛନ୍ତି। ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ୩ଟି ଯାକ ଦିନିକିଆରେ ଟସ୍‌ ହାରିଥିବା ଭାରତ ଆଜି ପ୍ରଥମଥର ବାଂଲାଦେଶ ବିପକ୍ଷରେ ଟସ୍‌ ଜିତିଛି।

ଆହତ କାରଣରୁ ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିବାରୁ କେଏଲ ରାହୁଲ ଦଳର କମାଣ ସମ୍ଭାଳୁଛନ୍ତି। ଆଜି ତାଙ୍କ ସହ ଶୁବମନ ଗିଲ୍‌ ଭାରତ ପାଇଁ ଇନିଂସ ଆରମ୍ଭ କରିବେ। ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ଅକ୍ଷର ପଟେଲ, ରବି ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଉମେଶ ଯାଦବ ରହିଛନ୍ତି। ଏହାର ଅର୍ଥ ଦଳ ୩ ସ୍ପିନର ଓ ୨ ପେସ ବୋଲର କମ୍ବିନେସରେ ମୈଦାନକୁ ଓହ୍ଲାଇଛି।

ଅନ୍ୟପକ୍ଷରେ ପ୍ରାୟ ୫ ମାସ ପରେ ବାଂଲାଦେଶ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛି। ମ୍ୟାଚ୍‌ ପୂର୍ବରୁ ଅଧିନାୟକ ସାକିବ ଅଲ ହାସନଙ୍କ ଫିଟନେସକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ସେ ଫିଟ ହୋଇଛନ୍ତି ଓ ଆଜିର ମ୍ୟାଚ୍‌ରେ କ୍ୟାପ୍ଟେନ୍ସି ମଧ୍ୟ କରୁଛନ୍ତି। ଭାରତ ଭଳି ବାଂଲାଦେଶ ମଧ୍ୟ ୩ ସ୍ପିନର, ୨ ପେସର ଓ ୬ ଜଣ ବ୍ୟାଟର୍ସଙ୍କୁ ଖେଳାଉଛି। ବାଂଲାଦେଶ ପାଇଁ ଆଜି ଟପ ଅର୍ଡର ବ୍ୟାଟର ଜାକିର ହାସନ ଡେବ୍ୟୁ କରୁଛନ୍ତି।



Powered by Froala Editor