ଭୁବନେଶ୍ୱର: ଚେହେରାକୁ ଦିନରେ ଗୋଟେ ଥରରୁ ଅଧିକ ଧୋଇଲେ ତ୍ୱଚା ଶୁଷ୍କ ହୋଇଯାଏ। ଏଥିପାଇଁ ଚେହେରାକୁ ସକାଳ କିମ୍ବା ରାତିରେ ଥରେ ଓ୍ଵାସ୍ କରିବା ଉଚିତ। କିନ୍ତୁ ମନେ ରଖନ୍ତୁ ଦୁଇ ଥର ଓ୍ଵାସ୍ କରିବେ ନାହିଁ। ଏମିତି କଲେ ଏହା ତ୍ୱଚାକୁ କ୍ଷତି ପହଁଚାଇଥାଏ। ଚେହେରାକୁ କ୍ଲିନିଂ କରିବା ସମୟରେ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ ଏହାଦ୍ୱାରା ତ୍ୱଚା ଆହୁରି ଶୁଷ୍କ ହୋଇଯାଇଥାଏ। ଥଣ୍ଡା ପାଣି କିମ୍ବା ହାଲକା ଉଷୁମ ପାଣିର ବ୍ୟବହାର କରିପାରିବେ।
ବର୍ତ୍ତମାନ ସମୟରେ ପ୍ରଦୂଷଣ ସ୍ତର ବହୁତ ମାତ୍ରାରେ ବଢ଼ିଚାଲିଛି। ଏହି କାରଣରୁ ରୋଗ ହେବା ସହିତ ପ୍ରଦୂଷଣ ତ୍ୱଚାକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ ଏବଂ କ୍ଷତି କରିଥାଏ। ଖାସ୍ କରି ଏହା ସେହି ବ୍ୟକ୍ତିଙ୍କୁ ଅଧିକ କ୍ଷତି ପହଁଚାଇଥାଏ ଯେଉଁମାନେ ବାଇକ୍ ଚଲାଉଛନ୍ତି। ଏହି କାରଣରୁ ପୁରୁଷଙ୍କ ତ୍ୱଚାରେ ଉଜ୍ଜ୍ୱଳତା ଏବଂ ନମନୀୟତା ଦେଖାଯାଏ ନାହିଁ।
କଥାରେ ଅଛି ପୁରୁଷଙ୍କ ପୁରୁଷତ୍ବ ତାଙ୍କ ନିଶରୁ ଜଣାପଡିଥାଏ। ଏପରିକି ପୁରୁଷମାନେ ନିଶ ରଖିବା ଦ୍ବାରା ଖୁବ ଗର୍ବ ଅନୁଭୂତ କରିଥାନ୍ତି। ଯଦି ଆପଣଙ୍କୁ ମଧ୍ୟ ନିଶ-ଦାଢି ରଖିବା ପସନ୍ଦ ତେବେ ଏନେଇ ଆଜି ଆମେ ଆପଣଙ୍କୁ ଜବରଦସ୍ତ ଫାଇଦା ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ପୁରୁଷଙ୍କ ନିଶ- ଦାଢି ସମ୍ବନ୍ଧୀୟ କିଛି ସ୍ବାସ୍ଥ୍ୟଗତ ଫାଇଦା।
-ଦାଢ଼ି-ନିଶ ରଖିବା ତ୍ବଚା ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଯେଉଁ ବ୍ୟକ୍ତି ମାନେ ଦାଢ଼ିନିଶ ରଖଥାନ୍ତି ତାଙ୍କର ତ୍ବଚା ଶୁଷ୍କ ହୋଇନଥାଏ।
-ଦାଢ଼ି-ନିଶ ରଖିବା ବ୍ୟକ୍ତିଙ୍କୁ କ୍ୟାନ୍ସର ହେବାର ଆଶଙ୍କା କମ ରହିଥାଏ। କାରଣ ଏହା ଦ୍ବାରା ସୂର୍ୟ୍ୟଙ୍କ ଅଲଟ୍ରାଭାଏଲେଟ ରଶ୍ମିରୁ ରକ୍ଷା କରିଥାଏ।
-ଦାଢ଼ି-ନିଶ ଦ୍ବାରା କୁଞ୍ଚିତ ରେଖା କମ ହୋଇଥାଏ। ଏହା ଦ୍ବାରା ଚେହେରା ସଫା ରହିଥାଏ।
-ଏହା ଚେହେରାକୁ ଧୂଳି ମାଟିରୁ ରକ୍ଷା କରିଥାଏ। ଯାହା ଫଳରେ ସଂକ୍ରମଣ ଜନିତ ରୋଗ କମ ହୋଇଥାଏ।
ଯୁବତୀଙ୍କୁ ଦାଢି ରଖିଥିବା ଯୁବକ ବହୁତ ପସନ୍ଦ ଆସିଥାନ୍ତି । ଯଦି ଆପଣ ଝିଅମାନଙ୍କୁ ଆକର୍ଷିତ କରିବାକୁ ଚାହୁଁଛନ୍ତି, ତେବେ ଦାଢି ନିଶ ନିଶ୍ଚିତ ରଖନ୍ତୁ ।
Powered by Froala Editor
