ସୁସ୍ଥ କେଶ ଓ ଚର୍ମ ପାଇଁ ଆପଣାନ୍ତୁ ଜୋଜୋବା ଅଏଲ ଥେରାପି

ସୁସ୍ଥ କେଶ ଓ ଚର୍ମ ପାଇଁ ଆପଣାନ୍ତୁ ଜୋଜୋବା ଅଏଲ ଥେରାପି

ବିଶେଷ ଖବର

ଭୁବନେଶ୍ୱର: ସମସ୍ତେ ନିଜ କେଶ ଓ ଚର୍ମର ସୁରକ୍ଷା ପ୍ରତି ବ୍ୟସ୍ତ। ଏନେଇ ଅନେକ ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ବ୍ୟବହାର କରି ଖର୍ଚ୍ଚାନ୍ତ ମଧ୍ୟ ହୁଅନ୍ତି। କିନ୍ତୁ ଅନେକ ଉପାୟ ଅଛି, ଯାହାକୁ ଆପଣ ଘରେ ବ୍ୟବହାର କରି ଖୁବ କମ୍ ଖର୍ଚ୍ଚରେ ଆପଣଙ୍କ କେଶ ଓ ଚର୍ମକୁ ଚିକ୍କଣ ରଖିପାରିବେ। ଆସନ୍ତୁ ଜାଣିବା ସେଭଳି ଏକ ଉପାୟ ବିଷୟରେ ଯାହା ଆପଣଙ୍କ ଶତ ପ୍ରତିଶତ କାମରେ ଆସିବ।

ଜୋଜୋବା ଅଏଲ୍ ଥେରାପି। ଏହା ଏକ ନୂଆ ଉପାୟ ଯାହାକୁ ଅନେକ ଆପଣେଇବାରେ ଲାଗିଛନ୍ତି। ଆରୋମାଥେରାପିଷ୍ଟ୍ ବ୍ଲୋଜମ୍ କୋଚାରଙ୍କ ମତରେ, ଜୋଜୋବା ଅଏଲ୍ ସ୍କିନ୍ ସେବମ୍ ପାଇଁ ଅତି ଦରକାରୀ। ଏହାକୁ ମସାଜ୍ ପାଇଁ ବହୁତ ବ୍ୟବହାର କରାଯାଉଛି।

ଯେହେତୁ ଜୋଜୋବା ଅଏଲରେ ଆଣ୍ଟିବ୍ୟାକ୍ଟେରିଆ ଭଳି କିଛି ଉପାଦାନ ଅଛି ଏହାକୁ ବ୍ୟବହାର ଦ୍ୱାରା ବ୍ରଣ, ଲାଲ୍ କାତି ଭଳି ଚର୍ମ ରୋଗ, ବି‍ଇଞ୍ଚି, ରୌଦ୍ରଦାହ ଏବଂ ରୂପି ଭଳି ଅନେକ ସମସ୍ୟା ଦୂର ହୋଇଥାଏ ବୋଲି କସମେଟୋଲୋଜିଷ୍ଟ୍ ଡକ୍ଟର ପ୍ରିୟଙ୍କା ତ୍ୟାଗୀ କହିଛନ୍ତି। ସେ କିନ୍ତୁ ସଚେତନ କରିଛନ୍ତି ଯେ ଯେଉଁମାନେ ଚର୍ମପ୍ରଦାହ, ଆଲର୍ଜି ଆଦି ସମସ୍ୟାରେ ପିଡିତ ସେମାନେ ଏହି ଅଏଲ୍ ବ୍ୟବହାର କରିବେ ନାହିଁ।

ଚର୍ମ ପାଇଁ ବ୍ୟବହାର: ତିନି ଠୋପା ଲାଭେଣ୍ଡର୍ ଅଏଲ୍ ସହ ଗୋଟିଏ ଚା ଚାମଚ ଜୋଜୋବା ଅଏଲ୍ ମିଶ୍ରଣ କରି ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଚର୍ମରେ ମସାଜ୍ କରନ୍ତୁ। ପରେ କୋଲ୍ଡ କମ୍ପ୍ରେସ୍ ଦେଇ ଏହା ଉପରେ ମୈସରାଇଜର୍ ବ୍ୟବହାର କରନ୍ତୁ।

କେଶ ପାଇଁ ବ୍ୟବହାର: ଦୁଇ ଠୋପା ରୋଜମେରୀ ଅଏଲ୍ ଓ ଗୋଟିଏ ଚା ଚାମଚ ଜଡା ତେଲ ସହ ଗୋଟିଏ ଚା ଚାମଚ ଜୋଜୋବା ଅଏଲ୍ ମିଶ୍ରଣ କରି କେଶରେ ଲଗାନ୍ତୁ। ୨୦ ମିନିଟ୍ ପରେ ଏହାକୁ ଭଲ ଭାବେ ଧୋଇଦିଅନ୍ତୁ।

Powered by Froala Editor