ନୂଆଦିଲ୍ଲୀ : ସଂସଦରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ଯଥାଶୀଘ୍ର ପାରିତ ପାଇଁ ରାଜ୍ୟସଭାରେ ବିଜେଡି ସାଂସଦ ଡ଼ ସସ୍ମିତ ପାତ୍ର ଦାବୀ ଉପସ୍ଥାପନ କରିଛନ୍ତି। ବିଶେଷ ଉଲ୍ଲେଖ ଜରିଆରେ ସାଂସଦ ଡ଼ ପାତ୍ର ଦର୍ଶାଇଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା ଏବଂ ସ୍ୱାଧିନତା ସଂଗ୍ରାମର ୭୫ ବର୍ଷ ପାଳନ କରୁଥିବା ବେଳେ ୩୩ ପ୍ରତିଶତ ମହିଳା ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲେ ଦେଶର ୬୬ କୋଟି ମହିଳାଙ୍କ ସଶକ୍ତିକରଣ ପ୍ରତି ଏକ ଐତିହାସିକ ପଦକ୍ଷେପ ହେବ। ବିଜୁ ଜନତା ଦଳ କ୍ରମାଗତ ଭାବେ ମହିଳା ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସପକ୍ଷରେ ଦାବୀ କରିଆସୁଛି।
ଏହି ପ୍ରସଙ୍ଗରେ ସମର୍ଥନ ହାସଲ ଲାଗି ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ଟି ରାଜନୈତିକ ଦଳ ନିକଟକୁ ପ୍ରତିନିଧି ପଠାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭାରେ ଦଳୀୟ ଟିକେଟ ପ୍ରଦାନ କରିଥିଲେ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି।
Powered by Froala Editor
