ଆସନ୍ତା ୨୫ରୁ ପଥ ଉତ୍ସବରେ ଝୁମିବ ଭୁବନେଶ୍ୱର

ଆସନ୍ତା ୨୫ରୁ ପଥ ଉତ୍ସବରେ ଝୁମିବ ଭୁବନେଶ୍ୱର

ରାଜ୍ୟ ଖବର

ଭୁବନେଶ୍ୱର: ରାଜଧାନୀକୁ ପୁଣି ଫେରିବ ପଥ ଉତ୍ସବ । ଜନପଥରେ ଚାଲିବ ଷ୍ଟ୍ରିଟ ଇଭେଣ୍ଟ । ଦୀର୍ଘ ୩ବର୍ଷ ପରେ ପୁଣି ଥରେ ଜନପଥ ଉପରେ ନାଚଗୀତର ଆସର ଜମିବ। ସାଇକେଲିଂ, ସ୍କେଟିଂ, ଜୁମ୍ବାରେ ଝୁମିବେ ରାଜଧାନୀର ଯୁବବର୍ଗ । ମନୋରଞ୍ଜନରେ ଭର୍ତ୍ତି ହୋଇଯିବ ରାଜଧାନୀର ରାଜରାସ୍ତା । ହକି ବିଶ୍ୱକପ ପାଇଁ ପୁଣି ଥରେ ଏହି ପପୁଲାର ଇଭେଣ୍ଟ ସତ ହେବାକୁ ଯାଉଛି । ଆସନ୍ତା ୨୫ ତାରିଖରୁ ଏହା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ବିଏମସି । ହକି ଡଟ ଫେଷ୍ଟ ବି ଜାନୁଆରୀରୁ ଆରମ୍ଭ ହେବ । ସେପଟେ ଆଜି ହକି ବିଶ୍ୱକପ ପାଇଁ ସହରର ବିଭିନ୍ନ ପୂଜାମଣ୍ଡପ ଓ ପରିବହନ ସଂଘକୁ ନେଇକି ବୈଠକ ହୋଇଛି । ଏଥିରେ ହକି ପୂର୍ବରୁ ପରିମଳ, ସୌନ୍ଦର୍ଯୀକରଣ, ଟ୍ରାଫିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ପୂଜା ମଣ୍ଡପରେ ହକି ମ୍ୟାଚ ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ହୋଇଛି । 

ପରିବହନ ସଂଘରୁ ପ୍ରାୟ ୪୫ରୁ ଉଦ୍ଧ୍ୱର୍ ବ୍ୟକ୍ତି ଯୋଗ ଦେଇଥିଲେ ।ପରିବହନ ସମୟରେ ଆଚରଣ, ଟ୍ରାଫିକ ନିୟମ, ସହରର ହକି ପର୍ବକୁ ସୂଚାଇବା ପାଇଁ ଷ୍ଟିକର, ଡ଼୍ରାଇଭରଙ୍କ ତଥ୍ୟ ଇତ୍ୟାଦି ପ୍ରଦର୍ଶନ ବାବଦରେ ଆଲୋଚନା ହୋଇଥିଲା । ଅନୁଷ୍ଠାନ ଗୁଡ଼ିକ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି କଥା ଦେଇଥିବାବେଳେ ସରକାର ଏବଂ ବିଏମସି ଏହି ବାବଦରେ ପରିବହନ ଅନୁଷ୍ଠାନକୁଡ଼ିକୁ ସାମିଲ କରି ସଚେତନତା ସୃଷ୍ଟି କରିବା ସହ ଘରୋଇ ପରିବହନ ଯାନର ରହଣୀ ସ୍ଥଳ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ କର୍ମକର୍ତ୍ତା । 



Powered by Froala Editor