୧୨ ବର୍ଷର ପୁଅକୁ ଟିଟାନାଶ ବଦଳରେ କୁକୁର କାମୁଡା ଇଂଜେକସନ ଦେଲେ ନର୍ସ

୧୨ ବର୍ଷର ପୁଅକୁ ଟିଟାନାଶ ବଦଳରେ କୁକୁର କାମୁଡା ଇଂଜେକସନ ଦେଲେ ନର୍ସ

ରାଜ୍ୟ ଖବର


ନୀଳଗିରି : ଟିଟାନାସ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ ଦେଲେ ନର୍ସ। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗଣେସ୍ୱର ସେଠିଙ୍କ ୧୨ ବର୍ଷର ପୁଅ ହାତ କାଟିବା ପରେ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଏଭଳି ଘଟଣା ଘଟିଛି ।

ସୂଚନାନୁଯାୟୀ, ଛୋଟ କାନପୁର ଗଣେସ୍ୱର ସେଠିଙ୍କ ୧୨ ବର୍ଷର ପୁଅକ୍ସ ହାତ କାଟିହୋଇଥିବା ଯୋଗୁଁ ଶୁକ୍ରବାର ସକାଳେ ହସ୍ପିଟାଲ ଆସି ଟିକେଟ କାଟି ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ଫାର୍ମାସିଷ୍ଟ ଟିଟାନାଶ ନଦେଇ କୁକୁର କାମୁଡା ଇଞ୍ଜେକ୍ସନ ଦେଇ ଦେଇଥିଲେ। ପରେ ଭୁଲ ବୁଝି ତାଙ୍କ ଠାରୁ ପୁରୁଣା ପ୍ରେସକ୍ରିପସନ ଛଡାଇ ନେଇ ନୂଆ ପ୍ରେସକ୍ରିପସନ କରିଥିଲେ। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଛି। ତେବେ ଶିଶୁ ବିଶେଷଜ୍ଞ ଭ୍ୟାକ୍ସିନ କିଛି ଖରାପ କରିବନି ବୋଲି ଡାକ୍ତର କହିଛନ୍ତି।

Powered by Froala Editor