୯ଫୁଟ ଲମ୍ବା କେଶ ସଜାଇ ରେକର୍ଡ

୯ଫୁଟ ଲମ୍ବା କେଶ ସଜାଇ ରେକର୍ଡ

ବିଶେଷ ଖବର

ଦୁବାଇ: ସିରିଆର ବାସିନ୍ଦା ହେଉଛନ୍ତି ଦାନି ହିସୱାନୀ । ଗଲା କିଛି ବର୍ଷ ହେଲା ଦୁବାଇରେ ସେ କେଶ ସାଜସଜ୍ଜା କାମ କରୁଛନ୍ତି । ଦାନି ମଧ୍ୟ ସୁନ୍ଦର ଡିଜାଇନରେ କେଶ ସଜାଇବାରେ ଏକଦମ ଧୁରୀଣ । ଏଥରକ ସେ ଜଣେ ଯୁବତୀଙ୍କ କେଶରେ ନକଲି କେଶ ଲଗାଇ ୯ଫୁଟ ଲମ୍ବା ସାଜସଜ୍ଜା କରିଛନ୍ତି । କେଶକୁ ବଡ଼ଦିନ ଗଛପରି ସଜାଯାଇଛି। ଦାନିଙ୍କ ଏହି କେଶ ସଜାଇବା କଳାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି । ଏଥିପାଇଁ ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲଡ଼ ରେକଡର଼୍ସରେ ବି ସ୍ଥାନ ପାଇଛି । 

Powered by Froala Editor