ଆପଣ ଅଧିକ ରାଗୁଛନ୍ତି କି?

ଆପଣ ଅଧିକ ରାଗୁଛନ୍ତି କି?

ବିଶେଷ ଖବର


ଭୁବନେଶ୍ୱର: ନିକଟରେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ପୁରୁଷଙ୍କ ତୁଳନାରେ ମହିଳା ଅଧିକ ରାଗୁଛନ୍ତି । ଭାରତରେ ମହିଳାମାନଙ୍କ ମାନସିକ ଅଶାନ୍ତି କ୍ରମଶଃ ବଢ଼ୁଛି । ଗୃହିଣୀଙ୍କ ତୁଳନାରେ କର୍ମଜୀବୀ ମହିଳାମାନେ ସାମାନ୍ୟ କଥାରେ ବିରକ୍ତି ପ୍ରକାଶ କରୁଥିବା ତଥ୍ୟ କହୁଛି । ଏହା ପଛର କାରଣ ମଧ୍ୟ ବିଶେଷଜ୍ଞ ଖୋଜି ପାଇଛନ୍ତି । 

- ପରିବାରରେ ଥିବା ମୁରବି ଶ୍ରେଣୀର ଲୋକ କର୍ମଜୀବୀ ମହିଳାଙ୍କ ଦାୟିତ୍ୱ ବୁଝିବା ନିହାତି ଦରକାର । ଚାକିରି, ବ୍ୟବସାୟ କରୁଥିବା ମହିଳାମାନେ ରୋଷେଇ କରିବା, ପିଲାଙ୍କୁ ପାଠ ପଢ଼ାଇବା ଆଦି ସବୁ କଥା ଚିନ୍ତା କରନ୍ତି । ଘରଲୋକଙ୍କ ସହଯୋଗ ସେମାନଙ୍କୁ ସବୁବେଳେ ଦରକାର । 

- ଅଧିକାଂଶ ଯୌଥ ପରିବାରରେ ଉଭୟ ଦମ୍ପତି କର୍ମଜୀବୀ । ସେଠି ପୁଅର କାମକୁ ଘରଲୋକ ଅଧିକ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ବୋହୂକୁ ଅଫିସ୍ କାମ ପରେ ଘରେ ଆହୁରି କାମ କରିବାକୁ କୁହାଯାଏ । ଏହି ବେଶ୍ ସ୍ୱାଭାବିକ ଯେ, ଏଭଳି ପରିସ୍ଥିତିରେ ଜଣେ ମହିଳା ବିରକ୍ତ ହେବ ।  



Powered by Froala Editor