ବଡଦିନ ପାଇଁ  କେକ୍‌ ମିଶ୍ରଣ ଉତ୍ସବ

ବଡଦିନ ପାଇଁ କେକ୍‌ ମିଶ୍ରଣ ଉତ୍ସବ

ରାଜ୍ୟ ଖବର


ଆଗକୁ ଆସୁଛି ବଡ଼ଦିନ ପର୍ବ । ବିନା କେକରେ ଏହି ପର୍ବ ପାଳନର ଆନନ୍ଦ ସମ୍ପୂର୍ଣ୍ଣ ହୋଇନଥାଏ । ବଡ଼ଦିନ ପାଇଁ ବଜାରରେ ବି ବିଭିନ୍ନ ପ୍ରକାର କେକ୍‌ ବିକ୍ରି ଆରମ୍ଭ ହୋଇଗଲାଣି । ତେବେ କେକ୍‌ କେବଳ ଏମିତି ପ୍ରସ୍ତୁତ କରାଯାଏ ନାହିଁ । ଏଥିପାଇଁ ବଡ଼ଦିନ ଋତୁ ଆରମ୍ଭରୁ ସ୍ୱତନ୍ତ୍ର ଭାବେ କେକ୍‌ ମିକ୍ସିଂ ସେରିମନି ପାଳନ କରାଯାଏ ।

ୟୁରୋପରେ ପ୍ରାୟତଃ ଡିସେମ୍ବର ପ୍ରଥମ ସପ୍ତାହରୁ ଏହି ପ୍ରଥା ପାଳନ କରିଥାନ୍ତି । ଏଥିରେ କେକ୍‌ ପାଇଁ ଆବଶ୍ୟକ ବିଭିନ୍ନ ସ୍ୱାଦିଷ୍ଟ ସାମଗ୍ରୀ ଏକ ବାୟୁରୋଧୀ ବା ଏୟାର ଟାଇଟ୍‌ ପାତ୍ରରେ ସଂଗ୍ରହ କରାଯାଇ ପରିପକ୍ୱ ହେବା ଲାଗି ସଂରକ୍ଷିତ କରି ରଖାଯାଏ । ଏହା ଭଲଭାବେ ମିଶିବା ପାଇଁ ମଝିରେ ମଝିରେ ହଲାଇ ଦେବାକୁ ପଡେ଼ । ପରେ ଏହି ମିଶ୍ରଣକୁ କେକ୍‌ ଘୋଳ ସହ ମିଶାଇ ବେକ୍‌ କରି କେକ୍‌ ତିଆରି କରିଥାନ୍ତି ଯାହାକୁ ବଡ଼ଦିନ ଅବସରରେ ଲୋକମାନଙ୍କ ମଧ୍ୟରେ ବିତରଣ କରାଯାଏ । ପ୍ରାୟ ସପ୍ତଦଶ ଶତାବ୍ଦୀରେ ୟୁରୋପରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ସେତେବେଳେ ବଡ଼ଦିନ ଉପହାର ବୋଲି ବି କୁହାଯାଉଥିଲା । 



Powered by Froala Editor