ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଫେରିଛି ଶୀତ ଲହରୀ । ରାତି ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି । ହେଲେ ଆଜିଠୁ ପୁଣି ଶୀତ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ବିଶେଷକରି ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ପାରଦସ୍ତର ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ଖସିବ ବୋଲି କୁହାଯାଉଛି । ଆଜିଠୁ ଦକ୍ଷିଣ ଓଡ଼ିଶା ଲୋକେ ଶୀତର ପ୍ରଭାବ ଅନୁଭବ କରିପାରିବେ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ସାରା ଓଡ଼ିଶାର ତାପମାତ୍ରା ଖସିବା ସହ ୩ ଡିଗ୍ରୀ ପର୍ୟ୍ୟନ୍ତ ଖସିବ ବୋଲି ଆକଳନ କରାଯାଇଛି । ଏଥିସହ ରାଜ୍ୟରେ ସକାଳୁ କହୁଡିଆ ପାଗ ଦେଖିବାକୁ ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
Powered by Froala Editor
