ହାଇୱା ଧକ୍କାରେ  ଚାଲିଗଲା ୨ଜୀବନ

ହାଇୱା ଧକ୍କାରେ ଚାଲିଗଲା ୨ଜୀବନ

ରାଜ୍ୟ ଖବର

ବାଲିଗୁଡ଼ା : ଠିକା ସଂସ୍ଥା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲିଗୁଡାରେ ଏହି ଦୁର୍ଘଟଣା ଘଟିଛି ବୋଲି ସୋମବାର ଖବର ମିଳିଛି। ଗତ କାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ବଡ଼ଗାଁର ଦୁଇ ଜଣ ଯୁବକ କୈାଣସି କାମରେ ମହାସିଙ୍ଗି ଯାଇ ଫେରୁଥିବା ସମୟରେ ବାଲିଗୁଡ଼ା ପଟୁ ଏକ ଠିକା ସଂସ୍ଥାର ମାଲ ବୋଝେଇ ହାଇୱା ଗାଡି ଉକ୍ତ ଦୁଇ ଯୁବକଙ୍କୁ ଧକ୍କା ଦେଇଥିଲା।  ଗାଡି ଧକ୍କାରେ ଦୁଇ ଯୁବକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। 

 ମୃତ ଦୁଇ ଯୁବକ ହେଲେ ସଚିଦାନନ୍ଦ ନାୟକ (୨୬) ରାକେସ ମଳିକ (୨୦)।  ଉଭୟଙ୍କୁ ସଙ୍ଗେ ସଙ୍ଗେ ବାଲିଗୁଡ଼ା ମେଡିକାଲକୁ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଏହାର ପ୍ରତିବାଦରେ ଆଜି ସକାଳୁ ସକାଳୁ ବାଲିଗୁଡ଼ା ମେଡିକାଲ ସମ୍ମୁଖରେ ସମ୍ପର୍କିୟ କ୍ଷତି ପୂରଣ ଦାବିରେ ଏନ୍ ଏଚ ୫୯ ଅବୋରଧ କରିଛନ୍ତି।



Powered by Froala Editor