ଜବତ ହେଲା ୫ଲକ୍ଷ ଟଙ୍କାର ବାଣ

ଜବତ ହେଲା ୫ଲକ୍ଷ ଟଙ୍କାର ବାଣ

ରାଜ୍ୟ ଖବର

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗାଁରେ ରାତିଅଧିଆ ପୁଲିସ ଚଢ଼ାଉ କରି ୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି।  ଅଭିଯୁକ୍ତ ଜଣଙ୍କ ହେଲେ ଡେଙ୍ଗାଓସ୍ତା ଗାଁର କଂଗ୍ରେସ ସାହୁ।

ଡେଙ୍ଗାଓସ୍ତା ଗାଁରେ ବେଆଇନ ବାଣ ଗୋଦାମ ଚାଲିଥିବା ପାଟପୁର ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ପାଟପୁର ପୁଲିସ ପହଞ୍ଚି ବେଆଇନ ବାଣ ଗୋଦାମରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ପାଟପୁର ପୁଲିସ ଏକ ମାମଲା ମଧ୍ୟ ରୁଜୁ କରି ଘଟଣାର ତଦନ୍ତ କରୁଛି।



Powered by Froala Editor