ଭୁବନେଶ୍ୱର: ହଳଦିରେ ଥିବା ରୋଗ ପ୍ରତିରୋଧକ କ୍ଷମତା ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣନ୍ତି । ଆମ ଗାଁ ଗହଳିରେ ଏବେ ବି ଖଣ୍ଡିଆ ଖାବରା ହେଲେ, ହଳଦି ପଟି ଲଗାଯାଉଛି । ଦିନ କେଇଟାରେ ଦରଜ, ବିନ୍ଧାରୁ ଉପଶମ ବି ମିଳେ । ଗୁଣକାରୀ ହଳଦି ଆମ ତ୍ୱଚାର ସାଥୀ କହିଲେ ଭୁଲ ହେବନି । ଶୁଦ୍ଧ ହଳଦିରୁ ଚିମୁଟାଏ ନେଇ ଉଷୁମ କ୍ଷୀରରେ ମିଶାଇ ପିଇବା ଦେହ ପାଇଁ ଭଲ । କୋଭିଡ ସମୟରେ ଆୟୁର୍ବେଦ ବିଶେଷଜ୍ଞମାନେ ସମସ୍ତ ବର୍ଗର ଲୋକଙ୍କୁ ହଳଦି କ୍ଷୀର ପିଇବାକୁ ପରାମର୍ଶ ଦେଇଥିଲେ । ସତକୁ ସତ ଏହି ହଳଦି କ୍ଷୀର ପିଇବା ପରେ ଅଧିକାଂଶଙ୍କ ଥଣ୍ଡା ଛିଙ୍କ କମ ହେଲା । ଏହି ପାନୀୟର କରାମତି କିଛି କମ୍ ନୁହେଁ ।
- ହଳଦୀ କ୍ଷୀର ପ୍ରତିଦିନ ପିଇଲେ, ଖାଦ୍ୟ ହଜମ ହେବାରେ ସହାୟ ହୁଏ । ତା’ସହ ହୃଦଘାତର ଆଶଙ୍କା ବି କମ୍ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି ।
- ନିଦ୍ରାହୀନତା ସମସ୍ୟା ଥିଲେ ହଳଦୀ କ୍ଷୀର ସପ୍ତାହେ ପିଇଲେ ଜାଣିପାରିବେ । ଗୋଟିଏ କଥା ମନେ ରଖନ୍ତୁ କ୍ଷୀରକୁ ଉଷୁମ ଥିବାବେଳେ ପିଇଲେ ତା’ର ପ୍ରଭାବ ଶରୀର ଉପରେ ଭଲ ଭାବେ ପଡେ । ରାତିରେ ଶୋଇବା ପୂର୍ବରୁ ଗିଲାସେ ଉଷୁମ କ୍ଷୀରରେ ଏକ ଚୋଟ ଚାମଚ ହଳଦି ମିଶାଇ ପିଇ ନେବେ ।
- ହଳଦୀ କ୍ଷୀର କରାମତି ପ୍ରଚାର ହେବାପରେ ୟୁରୋପ, ଆମେରିକାରେ ବି ଏହି ପାନୀୟର ଆଦର କ୍ରମଶଃ ବଢୁଛି । ଅବଶ୍ୟ ସେଠାରେ ହଳଦି କ୍ଷୀର ‘ଟରମେରିକ୍ ଲାଟେ’ ନାଁ’ରେ ଲୋକପ୍ରିୟ । ଆମେରିକାରେ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆରେ ଏହି ପାନୀୟ ଦିଆଯାଉଛି । ହଳଦିରେ ଥିବା ପୋଷକ ତତ୍ତ୍ୱ ମସ୍ତିଷ୍କ କୋଷିକାକୁ ବି ସକ୍ରିୟ ରଖୁଥିବା ଅନୁଧ୍ୟାନ କହୁଛି ।
Powered by Froala Editor
