ଓଡିଏ କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କଲେ କୁମକୁମ ମହାନ୍ତି

ଓଡିଏ କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କଲେ କୁମକୁମ ମହାନ୍ତି

ରାଜ୍ୟ ଖବର

ଭୁବନେଶ୍ୱର : ଓଡ଼ିଏ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଇଛନ୍ତି କୁମକୁମ ମହାନ୍ତି  । ଆଇନ ଓ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ସେ ଜାରି ରଖିଛନ୍ତି ନିର୍ମାଣ କାର୍ୟ୍ୟ । ଅପରପକ୍ଷରେ ବିଏମସି ମଧ୍ୟ ଜାଣି ଶୁଣି ନିଧଡ଼କ ହୋଇ ବସି ରହିଛି  । ଫଳରେ ସାଧାରଣ ଲୋକଟିଏ କିଭଳି ନ୍ୟାୟ ପାଇବ ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  । 


ମିଳିଥିବା ସୂଚନା ଅନୁଯାୟୀ, କୁମକୁମ ମହାନ୍ତି ପାନ୍ଥନିବାସ ନିକଟସ୍ଥ ଜୟଦେବ ନଗର ପ୍ଲଟ ନଂ ୪୨୮/୨୮୧୭ରେ ଘର ନିର୍ମାଣ କରୁଛନ୍ତି  । ତେବେ ଅନ୍ୟ ଜଣଙ୍କ ପାଚେରୀକୁ ଲଗାଇ ସେ ନିର୍ମାଣ କାର୍ୟ୍ୟ କରୁଥିବାରୁ ଏନେଇ ଓଏସଡ଼ି (ଓଡ଼ିଏ ଆଇନ) କୋର୍ଟରେ ଆବେଦନ କରାଯାଇଥିଲା  । କୋର୍ଟ ସବୁ ଅନୁଧ୍ୟାନ କରିବା ସହ ତଥ୍ୟ ପ୍ରମାଣ ଆଧାରରେ କଡ଼ା ନିର୍ଦ୍ଦେଶ ଦେଇଥିଲେ  । ଘର ନିର୍ମାଣ କାର୍ୟ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ପରେ ବିଏମସି ପକ୍ଷରୁ କାନ୍ଥରେ ନୋଟିସ ଲଗାଯାଇଥିଲା  । ଏନଫୋର୍ସମେଂଟ ସ୍କ୍ୱାଡ଼ ମଧ୍ୟ ସରଜମିନ ତଦନ୍ତ କରିଥିଲେ  । ନଭେମ୍ବର ୩୦ରେ ଏହି ନୋଟିସ ଲାଗିବାର ତିନି ସପ୍ତାହ ନପୂରୁଣୁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି କୁମକୁମ ମହାନ୍ତି।

ଏବେ ସେଠାରେ ନିର୍ମାଣ କାର୍ୟ୍ୟ ଜାରି ରହିଛି  । ଏନେଇ ବିଏମସିର ଦୃଷ୍ଟି ଆକର୍ଷଣ କରିବା ପରେ କୌଣସି ବି ପଦକ୍ଷେପ ନିଆଯାଇନାହିଁ  । ହକି ବିଶ୍ୱକପ ପାଇଁ ସବୁ ଅଫିସର ଲାଗି ପଡ଼ିଛନ୍ତି ବୋଲି ଉତର ଆସୁଛି  । ହକି ବିଶ୍ୱକପ ଆଳରେ ସାଧାରଣ ନାଗରିକଙ୍କୁ ନ୍ୟାୟରୁ ବଂଚିତ କରାଯିବା କେତେଦୂର ଠିକ ବୋଲି ପ୍ରଶ୍ନ ଉଠିଛି  ।

Powered by Froala Editor