କିପରି ଜାଣିବେ ‘କେଶର’ ଅସଲି ନା ନକଲି?

କିପରି ଜାଣିବେ ‘କେଶର’ ଅସଲି ନା ନକଲି?

ବିଶେଷ ଖବର

ଭୁବନେଶ୍ୱର: କାଶ୍ମୀର ଜଳବାୟୁ କେଶର ଚାଷ ପାଇଁ ପ୍ରକୃଷ୍ଟ । ସେଠି ରହୁଥିବା ଅଧିକାଂଶ ଚାଷୀ ପରିବାର ଏଇ କେଶର ଚାଷ କରି ରୋଜଗାର କରୁଛନ୍ତି । କେଶର ଚାହିଦା କେବଳ ଭାରତ ନୁହେଁ, ବିଶ୍ୱର ଅନ୍ୟ ଦେଶରେ ବି ବଢ଼ୁଛି । ବିକ୍ରି ବଢ଼ିବା ପରେ ଧୀରେଧୀରେ ବଜାରରେ ନକଲି କେଶର କାୟା ବିସ୍ତାର କଲାଣି । ନକଲି କେଶରକୁ ଚିହ୍ନିବେ କେମିତି । କେତୋଟି ସରଳ ଉପାୟ ଜାଣିରଖନ୍ତୁ । 

- ଅତିରିକ୍ତ ଥଣ୍ଡା ଜଳବାୟୁରେ ଚାଷ ହେଉଥିବା କେଶର ଗରମ ଜାଗାରେ ନଷ୍ଟ ହୁଏ । ରୋଷେଇ ଘରେ ଚୁଲା ପାଖରେ କେଶର ଗୋଟିଏ ଦୁଇଟି ନେଇ ରଖନ୍ତୁ । ତାହା ଠିକ୍ ସେଇପରି ରହିଲେ ଜାଣିବେ ଯେ ଏହା ନକଲି କେଶର । 

- କେଶର ପାଣି କିମ୍ବା କ୍ଷୀରରେ ସମ୍ପୂର୍ଣ୍ଣ ଭାବେ ମିଳାଏନି । ହଳଦିଆ ରଙ୍ଗ ସାମାନ୍ୟ ଛାଡ଼ିବା ପରେ ସୂତା ଭଳି ଦେଖାଯାଉଥିବା କେଶର ସେମିତି ରହେ । ନକଲେ କେଶର କିନ୍ତୁ ପାଣି କିମ୍ବା କ୍ଷୀରରେ ପୂରା ମିଳେଇଯାଏ । 

- କେଶର ସ୍ୱାଦ ହାଲକା ମିଠା । ଦୋକାନରେ କିଣିବାବେଳେ ଗୋଟିଲ ସୂତା କେଶର ପାଟିରେ ପକାନ୍ତୁ । ବେଶୀ କଡ଼ା ଲାଗିଲେ ଜାଣିବେ ଯେ ଅସଲ କେଶର । ନକଲି କେଶରକୁ ପାଟିରେ ପକେଇଲେ ତାହା ଚିନି ପରି ମିଠା ଲାଗେ । 



Powered by Froala Editor