ଭାରତ-ବାଂଲାଦେଶ ୨ୟ ଟେଷ୍ଟମ୍ୟାଚ୍‌

ଭାରତ-ବାଂଲାଦେଶ ୨ୟ ଟେଷ୍ଟମ୍ୟାଚ୍‌

ଖେଳ ଖବର

ଢାକା : ଘରୋଇ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ସହଜ ବିଜୟ ହାସଲକରି ଭାରତ ୧-୦ରେ ଆଗୁଆ ହୋଇଛି। ଏହ ୨ ମ୍ୟାଚ୍‌ର ଶୃଙ୍ଖଳା ହୋଇଥିବାରୁ ଭାରତ ଶୃଙ୍ଖଳା ଆଶଙ୍କାକୁ ଏଡ଼ାଇ ପାରିଛି। ଗୁରୁବାରଠାରୁ ଏଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଛି। ଭାରତ ଏହି ଟେଷ୍ଟମ୍ୟାଚ୍‌କୁ ଜିତି ୨-୦ରେ ଶୃଙ୍ଖଳା ପୋଛିବାକୁ ଚାହିଁବ। ଏପରି ହେଲେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଟେବୁଲରେ ଭାରତର ସ୍ଥାନ ମଜଭୁତ ହୋଇପାରିବ। କାରଣ ଫାଇନାଲ ଖେଳିବାକୁ ହେଲେ ବାକିଥିବା ୫ଟି ଟେଷ୍ଟରୁ ଭାରତକୁ ୪ଟି ଜିତିବାକୁ ହେବ। 

ଚଟ୍ଟଗ୍ରାମରେ ପ୍ରଥମ ଟେଷ୍ଟରେ ଭାତରର ବିଜୟ ଦଳଗତ ଯୋଗଦାନର ଆଦର୍ଶ ଉଦାହରଣ ଥିଲା। ଚେତେଶ୍ବର ପୂଜାରା ଉଭୟ ଇନିଂସରେ ଭଲ ବ୍ୟାଟିଂ କରିଥିଲେ। ଶୁବ୍‌ମାନ ଗିଲ୍‌, ଶ୍ରେୟାସ ଆୟର ଓ ଆର୍. ଅଶ୍ବିନ ବ୍ୟାଟିଂରେ ସଫଳ ହୋଇଥିଲେ। କୁଲଦୀପ ଯାଦବ ଅଲ୍‌ରାଉଣ୍ଡ ସଫଳତା ପାଇଥିଲେ। ମହମ୍ମଦ ସିରାଜ୍ ଉଭୟ ଇନିଂସରେ ଭଲ ବୋଲିଂ କରିଥିବା ବେଳେ ୨ୟ ଇନିଂସରେ ଅକ୍ଷର ପଟେଲ ବୋଲିଂ ସଫଳତା ପାଇଥିଲେ। ପ୍ରଥମଦିନ ପରେ ଚଟ୍ଟଗ୍ରାମର ପିଚ୍‌ ବ୍ୟାଟିଂ ପାଇଁ ସହାୟକ ହୋଇଥିଲା। ହେଲେ ଶେର୍-ଏ-ବାଙ୍ଗ୍‌ଲା ଷ୍ଟାଡିୟମ୍‌ର ପିଚ୍ ଭିନ୍ନ। ଏଠାରେ ବଲ୍‌ ଅଧିକ ସ୍ପିନ୍ କରିବ। ତେଣୁ ବ୍ୟାଟ୍‌ସମ୍ୟାନ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ।

Powered by Froala Editor