ଭୁବନେଶ୍ୱର: ବିଶେଷ କରି ଏହି ଶୀତ ଦିନ ଗୁଡ଼ିକରେ ଆସିଯାଏ କେଶ ଯୁକ୍ତ ସମସ୍ୟାର ଚିନ୍ତା । ଏହି ଋତୁରେ ରୁପି ହେବା ଏକ ଅତି ସାଧାରଣ କଥା । ରୁପି ହେବା ଦ୍ୱାରା କେଶ ଝଡ଼ିବା ସହ କେଶ ମୂଳ ଦୁର୍ବଳ ହୋଇଯାଏ । ଏହି ଦିନରେ କେଶ ମୂଳରେ ମଳି ଜମିଯାଏ ଓ କେଶ ମୁଣ୍ଡ କୁଣ୍ଡେଇ ହେବା ଆରମ୍ଭ ହୋଇଯାଇଥାଏ । ଏଥିରୁ ମୁକ୍ତ ପାଇବା ପାଇଁ ନିଜକୁ ଅଧିକ ସତର୍କ ରହିବା ଆବଶ୍ୟକ ହୋଇଥାଏ ।
- କେଶରେ ରୁପି ସମସ୍ୟା ପାଇଁ ପ୍ରତି ୧୫ଦିନରେ ଥରେ କେଶମୂଳକୁ ବାମ୍ଫ ଦିଅନ୍ତୁ । ଏହା ସହ ଦିନକୁ ଅତିକମ୍ରେ ୩ଥର କେଶ କୁଣ୍ଡାଇବା ଦରକାର ।
- ସେହିପରି ବାହାରକୁ ଯିବା ପୂର୍ବରୁ କେଶରେ ସ୍କାର୍ଫ ବାନ୍ଧି ଯାଆନ୍ତୁ । କାରଣ ଧୂଳିମଳି କେଶରେ ରହି ତା କାରଣରୁ ମଧ୍ୟ ରୁପି ହୋଇଥାଏ ।
- ଗୋଟିଏ ଦିନରେ ୮-୧୦ ଗିଲାସ ପାଣି ପିଇବା ଉଚିତ ।
- କେଶକୁ ଗରମ ପାଣିରେ ସଫା କଲେ ବି ରୁପି ସମସ୍ୟା ବଢେ଼ ।
- ଭଲ ହର୍ବାଲ୍ ଅର୍ଗାନିକ୍ କମ୍ଫାନୀର ଶ୍ୟାମ୍ଫୁ ବ୍ୟବହାର କରିବା ସହ ସପ୍ତାହରେ ୨-୩ଥର କେଶ ସଫା କଲେ ରୁପି ହୁଏନି ।
Powered by Froala Editor
