୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ, ଜାଣନ୍ତୁ କାହିଁକି?

୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ, ଜାଣନ୍ତୁ କାହିଁକି?

ରାଜ୍ୟ ଖବର

ଅନୁଗୋଳ: ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ  ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ପାଲଲହଡା ଶିବ ମନ୍ଦିରଛକରେ ଅଣ୍ଡରପାସ ନିର୍ମାଣ ଓ ୧୪୯ ନମ୍ବର ଜାତୀୟ ରାଜପଥ ପାଲଲହଡା-ପିତିରି ରାସ୍ତାର ମରାମତି ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି।


ପାଲଲହଡାରୁ ପତିରିକୁ ସଂଯୋଗ କରୁଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ କଲେଜ ଛକ, ଶିଗଡି ଛକ  ଓ ବାଇପାସ ଛକରେ ରାସ୍ତା ଅବରୋଧ କରାଯାଇଛି। ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଓ ୧୪୯ ନମ୍ବରରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପାଲଲହଡା ବିଧାୟକ ମୁକେଶ କୁମାର ପାଳଙ୍କ ଆନ୍ଦୋଳନ ଡାକରାରେ ସ୍ୱତଃ ପ୍ରବୃତ୍ତ ଭାବେ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ଓ ସଂଘ ସାମିଲ ହୋଇଛନ୍ତି।ଅଣ୍ଡରପାସ ନିର୍ମାଣ ଓ ଖାଲଖମା ହୋଇ ଯାଇଥିବା ପାଲଲହଡା – ପିତିରି ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀ ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ଚିଠି ଲେଖି ପାଲଲହଡା ବିଧାୟକ ଦାବି କରିଥିଲେ। ହେଲେ ଦେଢ଼ ବର୍ଷ ବିତିଲା ପରେ ବି କୌଣସି କାର୍ୟ୍ୟ ଆରମ୍ଭ ନହେବାରୁ ଜନ ସାଧାରଣଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆଜି ପାଲଲହଡା ବନ୍ଦ ଆହ୍ୱାନ ଦିଆଯାଇଛି ବୋଲି ବିଧାୟକ କହିଛନ୍ତି।



Powered by Froala Editor