ଖାଇବାକୁ ଥଣ୍ଟା ଆକୃତିର ମାସ୍କ

ଖାଇବାକୁ ଥଣ୍ଟା ଆକୃତିର ମାସ୍କ

ବିଶେଷ ଖବର

ଓମାଇକ୍ରନର ସବ- ଭାରିଆଣ୍ଟ  ବିଏଫ -୭ ଭୂତାଣୁ ଯୋଗୁ ଚୀନରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିଚାଲିଛି । ଦେଶରେ ଏବେ ଭୟର ବାତାବରଣ ।  ଏହି ସମୟରେ ଜଣେ ବ୍ୟକ୍ତି ଥଣ୍ଟ ଆକୃତିର ଫେସ ମାସ୍କ ଖାଦ୍ୟ କାଉଥିବା ନଜରକୁ ଆସିଛି ।ଏହିି ଅଭିନ ଫେସ ମାସ୍କ  ଏବେ ଇଣ୍ଟରନେଟରେ ଚର୍ଚ୍ଚାର  କେନ୍ଦ୍ର ହୋଇଛି । ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ।  ୧୪ ସେକେଣ୍ଡର ଏହି ଭିଡିଓରେ ବ୍ୟକ୍ତି ଏକ ଲମ୍ବା ଥଣ୍ଟ ଆକୃତିର  ଅଣପାରମ୍ପାରିକ ମାସ୍କ ପିନ୍ଧିଛନ୍ତି । ଏହାକୁ କାଗଜରେ ପ୍ରସ୍ତୁତ କରିଥିବା ଜଣା ପଡୁଛି ।

ମାସ୍କ ମୁହଁରେ ଲଗି  ରହିବାକୁ ଦୁଇ ପାଖରେ ସୂତା ରହିଛି । ମାସ୍କ ବାନ୍ଧିବା  ସମୟରେ ବ୍ୟକ୍ତି ଜଣକ ଭଲଭାବରେ ଖାଇପାରୁଛନ୍ତି । ଏହି ପୋଷ୍ଟର କ୍ୟାପସନରେ ଉଲ୍ଲେଖ ହୋଇଛି  ନୂଆ ଭାରିଆଣ୍ଟ  ନୂଆ ମାସ୍କ ନୂଆ ବର୍ଷ ।  

Powered by Froala Editor