ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ; ୧୦ ମୃତ

ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ; ୧୦ ମୃତ

ଜାତୀୟ ଖବର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ ଯୋଗୁଁ ୧୦ଜଣଙ୍କ ମୃତ୍ୟୁ ହୋଇଛି । କିଛି ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଟମ୍ବୋ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଆରଟିଏମସି ମୁଖପାତ୍ର ସାଇମୋନ ଜୱାନେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଥମେ ଏକ ବିସ୍ଫୋରଣ ହୋଇଥିଲା । ପରେ ପରେ ଲଗାତର ଭାବେ ଅନ୍ୟ ଦୁଇଟି ବିସ୍ଫୋରଣ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ବିସ୍ଫୋରଣର ପ୍ରଭାବ ବହୁତ ତୀବ୍ର ଥିଲା । ଫଳରେ ହସ୍ପିଟାଲର କାଜୁଆଲିଟି ୱାର୍ଡର ଛାତ ଖସି ପଡିଛି । ଖାଲି ସେତିକି ନୁହେଁ ନିକଟରେ ଥିବା ଦୁଇଟି କୋଠା ଓ ଅନେକ ଗାଡ଼ି ମଧ୍ୟ ନଷ୍ଟ ହୋଇଛି । ଏନେଇ ପୁଲିସ ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ସ୍ପଷ୍ଟ ଚିତ୍ର ଆସିବ ବୋଲି ସେ କହିଛନ୍ତି ।

Powered by Froala Editor