ପ୍ରଦ୍ୟୁମ୍ନ ସିଂ ତୋମାରଙ୍କୁ ଚପଲ ପିନ୍ଧାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ପ୍ରଦ୍ୟୁମ୍ନ ସିଂ ତୋମାରଙ୍କୁ ଚପଲ ପିନ୍ଧାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଜାତୀୟ ଖବର

ଗ୍ୱାଲିୟର : ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ୬୫ ଦିନ ପରେ ରହବିବାର ଚପଲ ପିନ୍ଧିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କୁ ଚପଲ ପିନ୍ଧାଇଥିଲେ । ବିଧାନସଭାର ତିନି ରାସ୍ତା ନିର୍ମାଣ ନ ହେବାରୁ ୬୫ ଦିନ ହେଲା ମନ୍ତ୍ରୀ ତୋମାର ଜୋତା ଚପଲ ତ୍ୟାଗ କରି ନିଆରା  ଢଙ୍ଗରେ ପ୍ରତିବାଦ ଜଣାଇଥିଲେ । ଏବେ ରାସ୍ତାକାମ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇସାରିଥିବାରୁ ସିନ୍ଧିଆ ତାଙ୍କୁ ମନାଇବା ସହ ଚପଲ ପିନ୍ଧାଇଥିଲେ ।

ରାସ୍ତାକାମ ପାଇଁ ତୋମାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ସିନ୍ଧିଆ ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଗ୍ୱାଲିୟରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ସେହି ସମୟରେ ତୋମାରଙ୍କ ପାଇଁ ଜୋତା ମଗାଇଥିଲେ । 

Powered by Froala Editor