ଏବର୍ଷ ଆଗୁଆ ଖ୍ରୀଷ୍ମମାସ ପାଳିଲା ୟୁକ୍ରେନ

ଏବର୍ଷ ଆଗୁଆ ଖ୍ରୀଷ୍ମମାସ ପାଳିଲା ୟୁକ୍ରେନ

ଜାତୀୟ ଖବର


କ୍ୱିଭ : ୟୁକ୍ରେନରେ ଏବର୍ଷ ଜାନୁୟାରୀ ୭ ପରିବର୍ତ୍ତେ ରବିବାର ଖ୍ରୀଷ୍ଟମାସ ପାଳନ କରାଯାଇଛି । ୟୁକ୍ରେନର ଅର୍ଥୋଡକ୍ସ ଚର୍ଚ୍ଚ ଏଥିପାଇଁ ଅନୁମତି ପ୍ରଦାନ କରିଥିଲା । ବାକି ୟୁରୋପୀୟ ଦେଶଗୁଡିକ ଭଳି ୟୁକ୍ରେନ ଏଣିକ ୨୫ ଡିସେମ୍ବରରେ  ଖ୍ରୀଷ୍ଟମାସ ପାଳିବ ବୋଲି ଚର୍ଚ୍ଚ ପକ୍ଷରୁ କୁହାଯାଇଛି । ଏହା ପଛରେ ଋଷ କାରଣ ରହିଛି । ଋଷ ସହ ସମସ୍ତ ପ୍ରକାର ସମ୍ପର୍କ କାଟିବା ପାଇଁ ୟୁକ୍ରେନ ଏହି ନିଷ୍ପତ୍ତି ନେଇଛି ।

 ଅର୍ଥୋଡକ୍ସ ଚର୍ଚ୍ଚର ନିୟମ ଅନୁସାରେ ଋଷ ଏବଂ ୟୁକ୍ରେନରେ ଉତ୍ସବ ପାଳନ କରାଯାଏ । ଫଳରେ ଏହି ଦୁଇ ପଡୋଶୀଦେଶ ଜାନୁୟାରୀ ୭ରେ ଖ୍ରୀଷ୍ଟମାସ ପାଳନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଋଷର ଜୁଲିୟନ୍‌ କ୍ୟାଲେଣ୍ଡରକୁ ନ ପାଳିବା ପାଇଁ ୟୁକ୍ରେନ ଲୋକଙ୍କୁ ଆହ୍ୱାନ ଦିଆଯାଇଛି । ଏହାକୁ ନେଇ ଋଷ ଏବଂ ୟୁକ୍ରେନ ଚର୍ଚ୍ଚ ମଧ୍ୟରେ ବିବାଦ ଦେଖାଦେଇଛି । ସେହିପରି ୟୁକ୍ରେନରେ ଓସିୟୁ ଏବଂ ୟୁଓସି (ଋଷ ସମର୍ଥକ) ଚର୍ଚ୍ଚ ଥିବାରୁ ଏହି ନିଷ୍ପତ୍ତିକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । 



Powered by Froala Editor