ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍

ରାଜ୍ୟ ଖବର

ଭୁବନେଶ୍ୱର: ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆଜି ଭାରତୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ହରମନ୍‌ପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣ ଖେଳାଳି ପହଞ୍ଚିଛନ୍ତି ।

ଅପରାହ୍ନରେ ଝାରସୁଗୁଡ଼ା ଯିବ ହକି ଇଣ୍ଡିଆ ପୁରୁଷ ଟିମ୍‌ । ଭାରତୀୟ ଟିମ୍‌ରେ ଅଛନ୍ତି ଦୁଇ ଜଣ ଓଡ଼ିଆ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ । ୨୯ ତାରିଖ ଯାଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଓ ରାଉରକେଲାରେ ମ୍ୟାଚ୍‌ ଖେଳାଯିବ ।

Powered by Froala Editor