ଅଗ୍ନିକାଣ୍ଡରେ  ଜଳିଗଲେ ୧୦ଜଣ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ଜଳିଗଲେ ୧୦ଜଣ ଜୀବନ୍ତ ଦଗ୍ଧ

ଜାତୀୟ ଖବର

ନୂଆଦିଲ୍ଲୀ : କାମ୍ବେଡ଼ିଆର ପୋଇପେଟରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅନେକ ଲୋକ ନିଖୋଜ ହୋଇଯାଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରାୟ ୭୦ ପ୍ରତିଶତ ନିଆଁକୁ ନିୟନ୍ତ୍ରଣ କରାଯାଇଛି।

ଏହି ଘଟଣା ପୋଇପେଟ ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲ ଏବଂ କିସିନୋରେ ଘଟିଛି। ନିଆଁରେ ଫସି ରହିଥିବା ପ୍ରାୟ ୫୦ ଜଣଙ୍କ ଖବର ଆସିଛି। ହୋଟେଲରେ ନିଆଁ ଅନେକ ଘଣ୍ଟା ଧରି ଜାରି ରହିଥିଲା। ଘଟଣାସ୍ଥଳରୁ ମଧ୍ୟ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳେ ଯେ ଲୋକମାନେ ନିଆଁରୁ ରକ୍ଷା ପାଇବା ପାଇଁ ୫ ମହଲା ତଳକୁ ଡେଇଁ ପଡୁଛନ୍ତି।

ଏହି ଅଗ୍ନିକାଣ୍ଡରେ ହୋଟେଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଦାବି କରାଯାଇଛି ଯେ ଏପର୍ଯ୍ୟନ୍ତ ୭୦% ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। ହୋଟେଲରେ ନିଆଁ ଲାଗିବା ଘଟଣା ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା, ପରେ ପ୍ରଚଣ୍ଡ ଅଗ୍ନିକାଣ୍ଡ ବିଲ୍ଡିଂର ଚାରି ଆଡେ ଲାଗି ଯାଇଥିଲା। ତେବେ ସକାଳ ୮:୩୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସମୁଦାୟ ୫୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ନାଗରିକ ମଧ୍ୟ ସ୍ୱେଚ୍ଛାସେବୀ ସେଠାରେ ରହିଥିଲେ। ସୋସିଆଲ ମିଡିଆରେ ରିପୋର୍ଟ ଅନୁଯାୟୀ ହୋଟେଲ ଏବଂ କିସିନୋ କମ୍ପ୍ଲେକ୍ସରେ ନିଆଁ ପ୍ରାୟ ୬ ଘଣ୍ଟା ଧରି ଅନିୟନ୍ତ୍ରିତ ରହିଥିଲା। ଏକ ଭିଡିଓ କ୍ଲିପ୍ ପୁରା ବିଲ୍ଡିଂଟି ଜାଳୁଥିବାର ଦେଖା ଯାଉଥିଲା ।

Powered by Froala Editor