ଭୁବନେଶ୍ୱର : ହକି ବିଶ୍ୱକପ ପାଇଁ ୧୬ଦେଶର ହକି ଖେଳାଳି ୯ଟି ଦାମୀ ହୋଟେଲରେ ରହିବେ । ପ୍ରତି ହୋଟେଲରେ ରହିବେ । ପ୍ରତି ହୋଟେଲକୁ ଚାରିପଟୁ ୨ପ୍ଲାଟୁନ ପୁଲିସ୍ ଫୋର୍ସ ଜଗିବ । ୨୪ଘଣ୍ଟିଆ ସୁରକ୍ଷା ବଳୟରେ ରହିବେ ଖେଳାଳୀ । ଏହାବାଦ୍ ପ୍ରତି ହେଟେଲ ପରିସରରେ ଏକ ପୁଲିସ୍ କ୍ୟାମ୍ପ ରହିବ ବୋଲି ଡିସିପି ପ୍ରତୀକ ଗୀତା ସିଂ କହିଛନ୍ତି ।
ଭାରତ ସହ ଅଷ୍ଟ୍ରେଲିଆ, ବେଲଜିୟମର ଖେଳାଳୀ ହୋଟେଲ ସ୍ୟାଣ୍ଡି ଟାୱରରେ ରହିବେ । ଆର୍ଜେଣ୍ଟିନା, ନେଦରଲ୍ୟାଣ୍ଡ ଓ ସ୍ପେନ୍ ଖେଳାଳୀ ମେ’ଫେୟାର ଲାଗୁନରେ ରହିବା ବ୍ୟବସ୍ଥା ହୋଇଛି । ମାଲେସିଆ ଓ କୋରିଆ ଖେଳାଳି ହୋଟେଲ ସ୍ୱସ୍ତି ପ୍ରିମିୟମ, ନ୍ୟୁଜଲ୍ୟାଣ୍ଡ ଓ ଇଂଲଣ୍ଡ ଖେଳାଳୀ ହୋଟେଲ ଲେମନ୍ ଟ୍ରି, ଚିଲି ଓ ଜାପାନ କେଳାଳୀ ଏଚଏଚ୍ଆଇ ହୋଟେଲରେ ରହିବା ବ୍ୟବସ୍ଥା ହୋଇଛି । ସାଉଥ୍ ଆଫ୍ରିକା ଖେଳାଳିଙ୍କ ପାଇଁ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ, ଜର୍ମାନୀ ପାଇଁ ଟ୍ରାଇଡେଣ୍ଟ, ଫ୍ରାନ୍ସ ପାଇଁ ହୋଟେଲ ବିଭାନ୍ତ, ୱେଏସ୍ ପାଇଁ ହେଟେଲ ୱେଲକମରେ ରହିବା ବ୍ୟବସ୍ଥା ହୋଇଛି ।
Powered by Froala Editor
