ଆଜିଠୁ ଶ୍ରୀମନ୍ଦିରରେ ସ୍ମାର୍ଟ ଧରିପାରିବେନି ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି

ଆଜିଠୁ ଶ୍ରୀମନ୍ଦିରରେ ସ୍ମାର୍ଟ ଧରିପାରିବେନି ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି

ରାଜ୍ୟ ଖବର

ପୁରୀ : ଇଂରାଜୀ ନବବର୍ଷ ୨୦୨୩ର ପ୍ରଥମ ଦିନରୁ ଅର୍ଥାତ୍ ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି- ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ନନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।


ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା କରି ମନ୍ଦିରକୁ ପ୍ରବେଶ କରିବେ। ତେବେ ଜରୁରୀ ସେବା ପାଇଁ ମନ୍ଦିର ପରିସରରେ ଦୁଇଟି ସ୍ମାର୍ଟଫୋନ ରହିବ।  ଗୋଟିଏ ସ୍ମାର୍ଟ ଫୋନ୍ ଶ୍ରୀମନ୍ଦିର ଗାରଦ ଓ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ରହିବ।


ସେବାୟତ କିମ୍ବା ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ କ୍ୟାମେରା ନଥିବା ମୋବାଇଲ ନେଇ ମନ୍ଦିର ଭିତରକୁ ଯାଇପାରିବେ। ଏହା ଉପରେ କଟକଣା ଲଗାଯାଇନି। ମାତ୍ର ଶ୍ରଦ୍ଧାଳୁଙ୍କ ଉପରେ ପୂର୍ବବତ୍ କଟକଣା ଜାରି ରହିଛି। ସେମାନେ କୌଣସି ପ୍ରକାର ମୋବାଇଲ୍ ଫୋନ୍ ନେଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ।

Powered by Froala Editor