ଭୁବନେଶ୍ବର: ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଦେଖିବାକୁ ମିଳିଛି ଅସାମାଜିକ ତତ୍ବଙ୍କ ଦୌରାତ୍ମ୍ୟ । ପତିଆରା ଜାହିର କରିବାକୁ ରାଜଧାନୀରେ ବୁଲିଛି ଖଣ୍ଡା, ହୋଇଛି ଭଙ୍ଗାରୁଜା । ଯାହାର ଭିଡିଓ କଏଦ ହୋଇଛି ସିସିଟିଭିରେ ।
ଘଟଣା ଘଟିଛି ରାଜଧାନୀର ନୟାପଲ୍ଲୀ ଥାନା ଭୋଇ ସାହିରେ । ଗତକାଲି ରାତିରେ କ୍ଲବ ସଦସ୍ୟ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାର ଆପୋଷ ସମାଧାନ କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଘଟଣା ପୁଣି ଉଗ୍ରରୂପ ଧାରଣ କରିଥିଲା । ୧୫ରୁ ୨୦ ଯୁବକ ମାରଣାସ୍ତ୍ର ଧରି ସାହିରେ ଆତଙ୍କ ଖେଳାଇଥିଲେ । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ମିଳିଥିଲା । ରାଜଧାନୀର ଉତ୍ପାତ ମଚାଇଥିବା ଏହି ଅସାମାଜିକ ଯୁବକମାନଙ୍କ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
Powered by Froala Editor
