ରାୟଗଡ଼ା: ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC)। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାୟଗଡ଼ା ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏହି ଘଟଣାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରିବାକୁ କି ନିର୍ଦ୍ଦେଶ ଦେଇଛନ୍ତି NHRC ।
ରୁଷ ନାଗରିକ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଡିଏସ୍ପି ସରୋଜ କୁମାର ମହାନ୍ତଙ୍କ ଖୋଳତାଡ଼ କରୁଛି। ଗତକାଲି ହୋଟେଲ ମାଲିକ ଅରବିନ୍ଦ ସାହୁଙ୍କୁ ପଚରାଉଚରା କରାଯାଇଥିବା ବେଳେ ଆଜି ଚତୁର୍ଥ ଦିନରେ ହୋଟେଲ ମ୍ୟାନେଜର ଓ କର୍ମଚାରୀଙ୍କୁ ଗୁଡ଼ାଇ ତୁଡ଼ାଇ ପଚାରିବ ଟିମ୍। ତଦନ୍ତର ଦ୍ୱିତୀୟ ଦିନରେ ମଶାଣିକୁ ଯାଇ ପାଉଁଶ ସଂଗ୍ରହ କରିଥିଲା ଟିମ୍ । ଏହାପରେ ପାଭେଲ୍ ପଡ଼ିଥିବା ସ୍ଥାନକୁ ଯାଇ ତନାଘନା କରିବା ସହ ସେଠାରୁ ତାଙ୍କ ଚପଲ ଜବତ କରାଯାଇଥିଲା।
ଏହାପରେ ସେ ରହୁଥିବା ହୋଟେଲର ୨୦୨ ନମ୍ବର ରୁମ୍କୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ ସହ କିଛି ମଦ ବୋତଲ ବି ସଂଗ୍ରହ ହୋଇଥିବା ଜଣାଯାଇଛି। ତେଣୁ ଘଟଣା ଦିନ ପାଭେଲଙ୍କ ରୁମ୍କୁ କିଏ କିଏ ଆସିଥିଲେ ତାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।
Powered by Froala Editor
