ବଢୁଛି ତାପମାତ୍ରା, ଗାଏବ ଶୀତ

ବଢୁଛି ତାପମାତ୍ରା, ଗାଏବ ଶୀତ

ରାଜ୍ୟ ଖବର

ଭୁବନେଶ୍ୱର: ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରା ବଢୁଛି । ଆସନ୍ତା ୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ । ଫଳରେ ଶୀତର ବିଶେଷ ପ୍ରଭାବ ରହିବନି । କିନ୍ତୁ ଘନ କୁହୁଡ଼ି ପଡ଼ିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏବେ ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଆଗାମୀ ୪ରୁ ୫ ଦିନ ଯାଏ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ପୁଣି ଘନ କୁହୁଡ଼ି ସମ୍ଭାବନା ଥିବା ନେଇ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ବାୟୁ ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ବଢ଼ିଛି । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ବାୟୁମଣ୍ଡଳରେ ସ୍ଥିରତା ବଢିଛି । ରାତିରେ ଆକାଶ ନିର୍ମଳ ରହୁଥିବାରୁ ଦୁଇ ଦିନ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡିର ସମ୍ଭାବନା ଅଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Powered by Froala Editor