ଭୁବନେଶ୍ୱର: ହଳଦୀ, ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ସବୁବେଳେ ଥାଏ । ଖାଦ୍ୟକୁ ସ୍ୱାଦିଷ୍ଟ ଓ ସୁସ୍ଥ ବନାଇବା ପାଇଁ ହଳଦୀର ଆବଶ୍ୟକତା ରହିଥାଏ । ସ୍ୱାସ୍ଥ୍ୟଗତ କାରଣକୁ ନେଇ ହଳଦୀ ବହୁ ଉପକାରୀ । ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ଦେବା ସହିତ ଏହାକୁ କ୍ଷୀରରେ ମିଶାଇ ସେବନ କରାଯାଇଥାଏ । ଏହାଛଡ଼ା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଏହାକୁ ବିଭିନ୍ନ ପ୍ୟାକରେ ମିଶ୍ରଣ ଭାବେ ବ୍ୟବହାର କରାଯାଇଥାଏ । ହେଲେ ଅଧିକ ମାତ୍ରାରେ ହଳଦୀର ବ୍ୟବହାର କ୍ଷତିକାରକ । ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ ।
- ଅଧିକ ହଳଦୀ ଖାଇବା ଫଳରେ ଝାଡ଼ାବାନ୍ତି ହୋଇଥାଏ । କାରଣ ଆବଶ୍ୟକଠାରୁ ଅଧିକ ହଳଦୀ ଖାଇଲେ ପେଟରେ ଗ୍ୟାସ୍ ହୋଇଥାଏ । ଫଳରେ ଝାଡ଼ାବାନ୍ତି କରାଇଥାଏ ।
- ତରକାରିକୁ ସ୍ୱାଦିଷ୍ଟ କରିବା ସହ ତାହାର ରଙ୍ଗରେ ପରିବର୍ତ୍ତନ ଲାଗି ହଳଦୀର ବ୍ୟବହାର କରାଯାଏ । ମାତ୍ର ଏହା ଶରୀରରେ ଆଇରନର ମାତ୍ରାକୁ କମ କରିଥାଏ ।
- ସୌନ୍ଦର୍ଯ୍ୟ ବୃଦ୍ଧିରେ ହଳଦୀର ମୁଖ୍ୟ ଭୁମିକା ରହିଥାଏ । କିନ୍ତୁ ଅତ୍ୟଧିକ ହଳଦୀ ବ୍ୟବହାର କରିବା ଦ୍ୱାରା ଆପଣ ଥଣ୍ଡା ଜନିତ ରୋଗରେ ମଧ୍ୟ ପଡ଼ି ପାରନ୍ତି ।
Powered by Froala Editor
