ମହାବଳ ବାଘ ଚମଡ଼ା ଜବତ

ମହାବଳ ବାଘ ଚମଡ଼ା ଜବତ

ରାଜ୍ୟ ଖବର

ବୌଦ୍ଧ:  ୧୦ ଲକ୍ଷ ଟଙ୍କାରେ ମହାବଳ ବାଘ ଚମଡ଼ା ପାଇଁ ଡିଲ୍‌ ହେଉଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ମାଡ଼ି ବସିଲା ଏସଟିଏଫ୍‌ ଟିମ୍‌। ତାଙ୍କୁ ପଚରାଉଚରା କରି ଅନ୍ୟ ଏକ ସ୍ଥାନରୁ ଏକ କଲରାପତରିଆ ବାଘ ଚମଡା ବି ଜବତ କରିଛି ଏସଟିଏଫ ଟିମ୍‌ ।
ଗତକାଲି ୧୦ ଲକ୍ଷ ଟଙ୍କାରେ ଏକ ମହାବଳ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ଏସ୍‌ଟିଏଫ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ସ୍ଥାନୀୟ ଜଙ୍ଗଲ ବିଭାଗ ସହାୟତାରେ ଏସ୍‌ଟିଏଫ ରେଡ କରି ମହାବଳ ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା।
ତାଙ୍କୁ ପଚରାଉଚରା କରିବା ପରେ ବୌଦ୍ଧ-ସୋନପୁର ଜିଲ୍ଲା ସୀମାରେ ଏକ କଲରାପତରିଆ ବାଘ ଚମଡ଼ା ବିକ୍ରି ହେଉଥିବା ସୂଚନା ମିଳିଲା। ଏହାପରେ ଏସଟିଏଫ ତୁରନ୍ତ ସେଠାରେ ଚଢ଼ାଉ କରି ଉକ୍ତ ଚମଡ଼ାକୁ ବି ନିଜ ଅଧୀନକୁ ନେଇଥିବା ସହ ଜଣଙ୍କୁ ଗିରଫ କରିଛି।

ମହାବଳ ଓ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଏସଟିଏଫ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ଏହାପୂର୍ବରୁ ଡିସେମ୍ବର ୧୪ ତାରିଖରେ ଉଦଳାରୁ ପ୍ରଥମ ମହାବଳ ବାଘ ଚମଡ଼ା ଏସ୍‌ଟିଏଫ ଜବତ କରିଥିଲା । ଏବେ ପୁଣି ବୌଦ୍ଧରୁ ମହାବଳ ବାଘ ଚମଡା ଜବତ ଘଟଣା ଜଙ୍ଗଲରେ ମହାବଳଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ।

Powered by Froala Editor