ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

ରାଜ୍ୟ ଖବର

ଭୁବନେଶ୍ୱର : ଜାନୁଆରୀ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନରେ ଦେଖିପାରିବେ ଫୁଲର ଅପୂର୍ବ ସମ୍ଭାର । ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ସହ ସେଲ୍ଫି ନେଇ ପାରିବେ । ପ୍ରତିବର୍ଷ ପରି ଏଥର ବି ସର୍ବସାଧାରଣ ରାଜଭବନ ଉଦ୍ୟାନ ବୁଲିବାର ସୁଯୋଗ ପାଇବେ । ଶୁକ୍ରବାରଠୁ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ପ୍ରତ୍ୟେକ ରବିବାର ସମେତ ପ୍ରତିଦନ ଅପରାହ୍ନ ୨ଟା୩୦ରୁ ୫ଟାଯାଏ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । କେବଳ ମୋବାଇଲ ଆପ୍‌ ମାଧ୍ୟମରେ ପଞ୍ଜୀକରଣ କରି ରାଜଭବନ ଉଦ୍ୟାନକୁ ପ୍ରବେଶ ଅନୁମତି ମିଳିବ ।

 ଚଳିତ ବର୍ଷଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଏହି ଉଦ୍ୟାନ ଆପକୁ ‘ରାଜଭବନ ଗାର୍ଡେନ ଭିଜିଟ୍‌’ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବାକୁ ହେବ । ଏଥିସହ ଓଡିଶା ରାଜଭବନ ୱେବସାଇଟରେ ଥିବା କ୍ୟୁଆର କୋର୍ଡକୁ ମଧ୍ୟ ସ୍କାନ କରି ଆପ୍‌ ଡାଉନଲୋଡ କରିହେବ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ (୮ଟା ୩୦ରୁ ୧୦)ଯାଏ ଦେଖିପାରିବେ । ସେହିପରି ସ୍କୁଲ କର୍ତ୍ତୃପକ୍ଷ ଅଧିକ ବିବରଣୀ ପାଇଁ ରାଜଭବନ ଡଟ୍‌ କମରେ ପରିଦର୍ଶନ କରିପାରିବେ । 

Powered by Froala Editor