ଭୋପାଳ : ମଧ୍ୟପ୍ରଦେଶର ବୈତୁଲା ଜିଲ୍ଲା ସହରାଞ୍ଚଳ ଥାନା ଅଂଚଳରେ ଜଣେ ବିଜେପି ନେତା ଜଣେ ୧୩ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାରକୁ ଜାଳି ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ସମ୍ପୃକ୍ତ ଅଂଚଳରେ ବହୁ ସଂଖ୍ରକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ପୁଲିସରେ ପୀଡିତା ନାବାଳିକା ଅଭିଯୋଗ ଅନୁସାରେ ଅଭିଯୁକ୍ତ ରମେଶ ଗୁଲହାନେ (୫୮) ତାଙ୍କୁ ଘରକୁ ଡାକିଥିଲେ ।ସେଠାରେ ତାଙ୍କ ସହ ବଳାତ୍କାର କରିଥିଲେ ।
ଏକଥା କାହାକୁ ନକହିବା ପାଇଁ ତାଙ୍କୁ କିଛି ଟଙ୍କା ଦେଇଥିଲେ । ପୂର୍ବରୁ ମଧ୍ୟ ଅଭିଯୁକ୍ତ ତାଙ୍କ ସହ ଏଭଳି କାର୍ଯ୍ୟ କରିଥିଲେ । ପୀଡିତା ଏକଥା ଘରେ କହିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ଜଣାପଡିବା ପରେ ଲୋକେ ଉତ୍ତେଜିତ ହୋଇ ହଙ୍ଗାମା ସୃଷ୍ଟି କରିଥିଲେ । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ଗଢାଯାଇଛି । ଭଙ୍ଗାରୁଜା ଓ ଜଳାପୋଡା ଘଟଣାରେ ପୁଲିସ୍ ୪ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ରମେଶ ପୂର୍ବତନ ବେତୁଲ ପୌର ପରିଷଦ ସଦସ୍ୟ ଥିଲେ । ସେ ବିଜେପି ଟିକେଟରେ ୩ଥର ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ ।
Powered by Froala Editor
