ଅଭିନେତା ସୋଏବ୍‌ ଇବ୍ରାହିମଙ୍କ ପାଇଁ  ସଫଳତାର ବର୍ଷ ଥିଲା ୨୦୨୨

ଅଭିନେତା ସୋଏବ୍‌ ଇବ୍ରାହିମଙ୍କ ପାଇଁ ସଫଳତାର ବର୍ଷ ଥିଲା ୨୦୨୨

ବିଶେଷ ଖବର

ମୁମ୍ବାଇ: ଅଭିନେତା ସୋଏବ୍‌ ଇବ୍ରାହିମଙ୍କ ପାଇଁ ବର୍ଷ ୨୦୨୨ଟି ସଫଳତାର ବର୍ଷ ଥିଲା କହିଲେ ଚଳେ । ତାଙ୍କ ଅଭିନୀତ ଧାରାବାହିକ ‘ଅଜୁନି’ ର ଟିଆରପି ଏବେ ଶୀର୍ଷରେ ଅଛି । ଘରସଂସାରରେ ବି ସବୁ ଠିକ୍‌ଠିକ୍‌ ଚାଲିଛି । କ୍ୟାରିୟର ସଫଳତା ଛୁଇଁଥିବା ସମୟରେ ସାନ ଭଉଣୀ ସବାର ବାହାଘର ସେ ବେଶ୍‌ ଆଡ଼ମ୍ବରରେ ସମ୍ପନ୍ନ କରିଛନ୍ତି । ଏତେ ସବୁ କାମ ଭିତରେ ପତ୍ନୀ ଦୀପିକା କକ୍କରଙ୍କ ପ୍ରତି ଧ୍ୟାନ ଦେବାକୁ ସେ ଭୁଲିନାହାନ୍ତି । ପାରିବାରିକ ସୂତ୍ର ଅନୁସାରେ, ଦୀପିକା ଏବେ ଗର୍ଭବତୀ ଅଛନ୍ତି । ଏହି ଖୁସିରେ ପତ୍ନୀଙ୍କୁ ସେ ୨କୋଟି ମୂଲ୍ୟର ଦାମୀ କାରଟିଏ ଭେଟି ଦେଇଛନ୍ତି । 

କ୍ୟାରିୟରର ଆରମ୍ଭ ସମୟରେ ସୋଏବଙ୍କ ପାଖେ ଦୁଇଚକିଆ ଯାନ ନ ଥିଲା ପ୍ରତିଦିନ ସୁଟିଂ ସେଟ୍‌କୁ ସେ ଚାଲିଚାଲି ଯାଉଥିଲେ । ବାପା, ମା’ଙ୍କ ଆଶୀର୍ବାଦରୁ ସେ ଆଜି ଏହି ସଫଳତା ପାଇଥିବା କହିଛନ୍ତି । 

Powered by Froala Editor