ଡାକ୍ତରଖାନାରେ ସୋନିଆଗାନ୍ଧି

ଡାକ୍ତରଖାନାରେ ସୋନିଆଗାନ୍ଧି

ଜାତୀୟ ଖବର

ନୂଆଦିଳ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇପଡିଛନ୍ତି । ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ସୋନିଆ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ୭୬ବର୍ଷୀୟା ବରିଷ୍ଠ କଂଗ୍ରେସ ନେତ୍ରୀ ରୁଟିନ୍‌ ଚେକଅପ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତିହୋଇଛନ୍ତି ବୋଲି କୁହାଯାଉଛି ।


ସୂଚନା ଅନୁସାରେ ସୋନିଆଙ୍କ ଶ୍ୱାସନଳିରେ ସଂକ୍ରମଣ ହୋଇଛି । ତେବେ ସୋନିଆ ଅସୁସ୍ଥ ଥିବାରୁ ଉତ୍ତରପ୍ରଦେଶରେ ଭାରତଯୋଡୋ ଯାତ୍ରାରେ ଥିବା ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍‌୍ୟ ଦିଲ୍ଲୀ ଆସି ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ।
                                                                   

Powered by Froala Editor