ଫେବ୍ରୁଆରୀ ୨୧ରୁ ଓସିଏସ୍‌-୨୦୨୧  ମେନ୍‌ସ ପରୀକ୍ଷା

ଫେବ୍ରୁଆରୀ ୨୧ରୁ ଓସିଏସ୍‌-୨୦୨୧ ମେନ୍‌ସ ପରୀକ୍ଷା

ରାଜ୍ୟ ଖବର

କଟକ: ଓଡିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ(ଓସିଏସ୍‌)-୨୦୨୧ ମୁଖ୍ୟ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୨୧ ତାରିଖଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୧୦ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।
ଓସିଏସ୍‌ ମୁଖ୍ୟ ପରୀକ୍ଷା ପ୍ରତିଦିନ ୨ଟି ସିଟିଂରେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ହେବ। ସବୁ ପରୀକ୍ଷା ୩ ଘଣ୍ଟା ଲେଖାଏଁ ହେବାକୁ ଥିବାବେଳେ କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ଏକ ଘଣ୍ଟା ସମୟ ମିଳିବ। ତେବେ ମାର୍ଚ୍ଚ ୭ ଏବଂ ୮ ତାରିଖ ପରୀକ୍ଷା ବନ୍ଦ ରହିବ। ଖୁବ୍‌ଶୀଘ୍ର ଓପିଏସ୍‌ସି ୱେବ୍‌ସାଇଟରେ ଆଡମିଟ୍‌ କାର୍ଡ ଅପ୍‌ଲୋଡ ହେବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଯଦି କୌଣସି ପରୀକ୍ଷାର୍ଥୀଙ୍କର ଏହି ପରୀକ୍ଷା ସମୟେରେ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ ସାକ୍ଷାତକାର ପରୀକ୍ଷା ରହିଥିବ ତାହେଲେ ସେମାନେ ଅନ୍ୟ ଏକ ତାରିଖରେ ଓସିଏ ମୁଖ୍ୟ ପରୀକ୍ଷା ଦେଇପାରିବେ । ଏଥିନିମନ୍ତେ ସେମାନଙ୍କୁ ଆସନ୍ତା ୯ ତାରିଖ ସୁଦ୍ଧା ୟୁପିଏସ୍‌ସି ସାକ୍ଷାତକାରର ଚିଠିକୁ ଓପିଏସ୍‌ସି ନିକଟରେ ଦାଖଲ କରିବାକୁ ପଡ଼ିବ ।



Powered by Froala Editor