ଆଜି ରାଉଲକେଲା ଯିବେ ମୁଖ୍ୟମନ୍ତ୍ରୀ

ଆଜି ରାଉଲକେଲା ଯିବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଖବର

ରାଉରକେଲା: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସମେତ ବିଭିନ୍ନ ପ୍ରକଳ୍ପ । ଏହା ସହ ମୋ ବସ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି । ଗୁରୁବାର ଠାରୁ ରାଉରକେଲାରେ ଗଡ଼ିବ ବସ୍‌ ।

ସୂଚନା ମୁତାବକ,ଗୁରୁବାର ପୂର୍ବାହ୍ନ ୧୧.୨୦ ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ୧୧.୨୫ ମିନିଟ୍‌ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଏକ ବିମାନ ଯୋଗେ ମଧ୍ୟାହ୍ନ ୧୨.୧୫ ମିନିଟ୍‌ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ । ୧୨.୨୦ ମିନିଟ୍‌ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଥିବା ୱାର୍ଲ୍ଡ କପ୍‌ ଭିଲେଜକୁ ଉଦ୍‌ଘାଟନ କରିବା ସହ ଭାରତୀୟ ହକି ଖେଳାଳିଙ୍କ ସାକ୍ଷାତ କରି ସେମାନଙ୍କ ସହ ବାର୍ତ୍ତାଳାପ କରିବେ । ଅପରାହ୍ନ ୪ଟା ସମୟରେ ଡିଏଭି ପୋଖରୀର ଉଦ୍‌ଘାଟନ କରିବା ସହ ସେହିଠାରେ ହିଁ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ, ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ମୋ ବସ୍‌ ସେବା ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଅପରାହ୍ନ ୪.୨୦ ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦ୍‌ଘାଟନ କରିବେ । ୪.୪୫ ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବେ ।



Powered by Froala Editor