ଲକ୍ଷେ୍ନø : ଉତ୍ତରପ୍ରଦେଶର ଲକ୍ଷେ୍ନøରେ ମାଆ ଗାଳି ଦେବାରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଝିଅ ଅତ୍ମହତ୍ୟା କରିଛନ୍ତି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଆଇଟିବିପିରେ ସବ୍-ଇନ୍ସପେକ୍ଟର ଭାବେ ପୋଷ୍ଟିଂ ହୋଇଥିବା ଆକାଶ ସିଂହ ତାଙ୍କ ପରିବାର ସହ କନେକିପୁରମ୍ ଅଞ୍ଚଳରେ ରୁହନ୍ତି ।
ଘଟଣା ଦିନ ସେ ଡ୍ୟୁଟି ଯାଇଥିବାବେଳେ ଘରେ ତାଙ୍କ ପତ୍ନୀ ଓ ପିଲାମାନେ ଥିଲେ । ଝିଅ ସଂସ୍କୃତି ସକାଳେ ବିଳମ୍ବରେ ଉଠିବା ଏବଂ ପାଠ ନପଢିବାରୁ ମାଆ ତାଙ୍କୁ କଡା ତାଗିଦ୍ କରିଥିଳେ ।
ଏହାପରେ ସଂସ୍କୃତି ନିଜ କୋଠରୀକୁ ଯାଇ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ତାଙ୍କ ମା’ ଜଣେ ପଡୋଶୀଙ୍କ ସହୟତାରେ କବାଟ ଭାଙ୍ଗିଥିଲେ । ଝିଅ ଆତ୍ମହତ୍ୟା କରିଥିବା ଦେଖି ସେ ପୁଲିସକୁ ଖବର ଦେଇଥିଲେ । ଏହିଭଳି ଅଭାବନୀୟ ଘଟଣା ପାଇଁ ପରିବାର ଲୋକେ ଖୁବ୍ ଭାଙ୍ଗିପଡିଛନ୍ତି ।
Powered by Froala Editor
