ବେଙ୍ଗକୁ ସଡକ ପାର କରାଇବା ପାଇଁ ରାସ୍ତା ତଳେ ସୁଡଙ୍ଗ

ବେଙ୍ଗକୁ ସଡକ ପାର କରାଇବା ପାଇଁ ରାସ୍ତା ତଳେ ସୁଡଙ୍ଗ

ବିଶେଷ ଖବର

ବର୍ନ : ଜର୍ମାନୀର ପୂର୍ବ ରାଜଧାନୀ ବର୍ନ ସହରରେ ଏକ ଅଜବ ନିୟମ ରହିଛି। ଥଣ୍ଡା ଦିନରେ ଆପଣ ଯଦି ବର୍ନ ସହରରେ ପହଞ୍ଚିଯିବେ, ତେବେ ଦେଖିବେ ଅଧିକାଂଶ ଲୋକ ସଡକରେ ବେଙ୍ଗକୁ ରାସ୍ତା ପାର କରାଉଥିବେ। ବର୍ନରେ ଯେତେବେଳେ ଦିନରେ  ଗରମ ବଢିଥାଏ, ସେତେବେଳେ ବେଙ୍ଗ ବାହାରି ଏଣେତେଣେ ବୁଲିବାକୁ ଆରମ୍ଭ କରିଛି।  ଦିନ ଗରମ ଆରମ୍ଭ ହେବା ମାତ୍ରେ ବେଙ୍ଗ ଥଣ୍ଡା ଦିନରେ ରହୁଥିବା ଠିକଣାରୁ ବାହାରି ଆସନ୍ତି। କିନ୍ତୁ ନୂଆ ଠିକଣାରେ ପହଞ୍ଚିବା ବେଳରୁ ଅନେକ ବେଙ୍ଗ ସଡକରେ ଗାଡି ଚକା ତଳେ ଆସି ମରିଯାଆନ୍ତି। ଏମିତିରେ ଜର୍ମାନୀର କେତେକ ସ୍ୱୟଂସେବକ ସଂସ୍ଥା ବେଙ୍ଗ ବଞ୍ଚାଇବା ପାଇଁ ଏମିତି ପଦକ୍ଷେପ ନେଇଛନ୍ତି।

ବେଙ୍ଗ ବଞ୍ଚାଇବା ପାଇଁ କରାଯାଉଥିବା ଉପାୟ ବିଷୟରେ ଓ୍ଵାଇଲ୍ଡଲାଇଫ କନଜରଭେସନ ସହିତ ଜଡିତ ଏକ ସଂସ୍ଥାର ଡାଇରେକ୍ଟର ମୋନିକା ହଚଟେଲ କୁହନ୍ତି କି, ଅନେକ ଥର ବହୁତ ମାତ୍ରାରେ ବେଙ୍ଗ ଗାଢି ଚକା ତଳେ ଆସି ମରିଯାଆନ୍ତି। ଏମିତି ଘଟଣା ଦେଖିବା ପରେ ସେମାନଙ୍କୁ ସଡକ ପାର କରାଇବାର ଦାୟିତ୍ୱ ଆମେ ନେଇଥିଲୁ। ଏବେ ଅନେକ ସଂସ୍ଥ ବହୁତ ସମୟ ଧରି ବେଙ୍ଗଗୁଡିକୁ ରାସ୍ତା ପାର କରାଇବାର କାମ କରୁଛି।

ଏହାଛଡା ବେଙ୍ଗ ବଞ୍ଚାଇବା ପାଇଁ ଅନେକ ପ୍ରକାର ଉପାୟର ଉପଯୋଗ କରାଯାଉଛି। ବେଙ୍ଗକୁ ସଡକ ପାର କରାଇବା ପାଇଁ ରାସ୍ତା ତଳେ ସୁଡଙ୍ଗ ତିଆରି କରାଯାଉଛି। ଯାହା ଫଳରେ ସେମାନେ ଆରାମରେ ରାସ୍ତାର ଏପଟୁ ସେପଟକୁ ଯାଇପାରିବେ। କେବଳ ଏତିକି ନୁହେଁ ବେଙ୍ଗକୁ ବଞ୍ଚାଇବା ପାଇଁ ଫେସିଂ ନିର୍ମାଣ କରାଯାଇଛି।

ସେଠିକାର କେତେକ ଏନଜିଓ ଏବଂ ଜର୍ମାନୀ ସରକାର ମିଶି ବର୍ନ ସହରରେ ୮୦୦ ଫେସିଂ ନିର୍ମାଣ କରିଛନ୍ତି। ଯାହା ରାସ୍ତାରେ ଯାଉଥିବା ବେଙ୍ଗକୁ ସୁରକ୍ଷା ଦେଇଥାଏ। ଏହାସହିତ ଏନଜିଓର କିଛି ଲୋକ ପ୍ରତିଦିନ ଫେସିଂକୁ ଚେକ୍‌ କରିବାକୁ ଆସନ୍ତି ଏବଂ ଏଠାରେ ଫସିଥିବା ବେଙ୍ଗକୁ ପାଖରେ ଜଙ୍ଗଲରେ ଛାଡିଆସନ୍ତି।

କ’ଣ ପାଇଁ ବେଙ୍ଗ ବଞ୍ଚାଇବା ଜରୁରୀ :
ବିଶେଷଜ୍ଞଙ୍କ ମୁତାବକ, ବେଙ୍ଗର ଏହି ପ୍ରଜାତି ବିଷାକ୍ତ ଏବଂ ବିପଦ ପହଞ୍ଚାଉଥିବା କୀଟପତଙ୍ଗକୁ ଖାଇଯାଆନ୍ତି। ଯାହାଦ୍ୱାରା ସେମାନଙ୍କ ଉପରେ ନିୟନ୍ତ୍ରଣ ରହିଥାଏ। ଏହାସହିତ ଏହି ବେଙ୍ଗ ମଶାକୁ ମଧ୍ୟ ଖାଇଯାଆନ୍ତି। ଏହି କାରଣ ଯୋଗୁଁ ଏହି ପ୍ରଜାତିର ବେଙ୍ଗ ବଞ୍ଚାଇବା ପାଇଁ ବେଶ୍‌ ଜରୁରୀ ହୋଇଥାଏ।

ଜର୍ମାନୀର କେବଳ ବର୍ନ ନୁହେଁ ବରଂ ଅନ୍ୟ ସହରରେ ମଧ୍ୟ ବେଙ୍ଗକୁ ବଞ୍ଚାଇବା ପାଇଁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ଗାଡି ତଳେ ମରିବା ବ୍ୟତୀତ ଦ୍ରୁତ ବେଗରେ ଗାଡି ଯିବାବେଳେ ଏୟାରଫ୍ଲୋ ଯୋଗୁଁ ମଧ୍ୟ ମରିଯାଆନ୍ତି। ଯଦି ବେଙ୍ଗ ୪୦ ସ୍ପିଡରୁ ଅଧିକ ଗତିରେ ଯାଉଥିବା ଗାଡି ନିକଟରେ ଯାଆନ୍ତି, ତେବେ ସେମାନଙ୍କ ଶରୀରର ଆଭ୍ୟନ୍ତରୀଣରେ ରକ୍ତସ୍ରାବ ହୋଇଥାଏ ଏବଂ ସେମାନେ ମରିଯାଆନ୍ତି। ଏମିତି ଗାଡିଗୁଡିକର ସ୍ପିଡକୁ ନିୟନ୍ତ୍ରଣରେ ଆଣିବା ପାଇଁ ଅନେକ ସଡକର ନାମ ବେଙ୍ଗ ନାମରେ ରଖାଯାଇଛି।

Powered by Froala Editor