ସଫାରୀ ବୁଲିଲାବେଳେ ଗାଡିକୁ  ଝାମ୍ପ ମାରିଲେ ୩ ସିଂହ, ଆଉ ତା’ ପରେ.....

ସଫାରୀ ବୁଲିଲାବେଳେ ଗାଡିକୁ ଝାମ୍ପ ମାରିଲେ ୩ ସିଂହ, ଆଉ ତା’ ପରେ.....

ବିଶେଷ ଖବର

ସିଂହ ସଫାରି, ବାଘ ସଫାରି ବୁଲି ମନ ଖୁସି କରିବାକୁ ପର୍ଯ୍ୟଟକମାନେ ବେଶ ଆଗଭର ହୁଅନ୍ତି । ସମାନ ଅନୁଭୂତି ସେଦିନ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାଟି ଦକ୍ଷିଣ ଆଫ୍ରିକାରେ ଘଟିଛି । ୟୁରୋପରୁ ଆସିଥିବା କେତେଜଣ ପର୍ଯ୍ୟଟକ ଆଫ୍ରିକା ଜଙ୍ଗଲରେ ସିଂହ ସଫାରି ବୁଲିବାକୁ ଗଲେ । ଗାଇଡ଼ ତାଙ୍କ ସହ ଥିଲେ, ଏଣୁ ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ଉପଦେଶ ଦେଉଥିଲେ ।

ଜଙ୍ଗଲରେ କିଛି ବାଟ ଯିବାପରେ ୩-୪ଟି ସିଂହ ରାସ୍ତା କଡ଼ରେ ଦେଖାଯିବାରୁ କିଛି ସମୟ ଗାଡ଼ି ଅଟକାଗଲା । ଗୋଟିଏ ସିଂହ କାର ପାଖକୁ ଆସି ଝରକା ଖୋଲିବାକୁ ଚେଷ୍ଟା କଲା । ପାଖରେ ବସିଥିବା ଅନ୍ୟ ଜଣେ ପର୍ଯ୍ୟଟକ ଏସବୁ ଦୃଶ୍ୟ ସୁଟିଂ କରୁଥାନ୍ତି । ଭିତର ପାଖରୁ ଲକ କରାଯାଇନଥିଲେ, ସିଂହଟି କାର ଝରକା ଖୋଲିବା ଥୟ ଥିଲା। ବିଚରା ପର୍ଯ୍ୟଟକ, ଗାଇଡ଼ ଓ ଚାଳକ ସମସ୍ତେ ଭିତରେ ବସି ଛାନିଆ । ସେମାନେ ଗୋଟାପଣେ ଥରୁଥାନ୍ତି । ୩ଟି ସିଂହ ଏକାଠି ଆକ୍ରମଣ କଲେ । ଧିରେ ଧିରେ ଗାଡ଼ି ଚଳାଇ ସେଠୁ ଖସିଆସିଲେ । ଏହି ଭିଡ଼ିଓ ଅପଲୋଡ଼ ହେବା ପରେ ତାହା ୧୦ ହଜାରରୁ ଅଧିକ ଥର ଶେୟାର ହୋଇସାରିଲାଣି ।

Powered by Froala Editor