ଭୁବନେଶ୍ୱର: ନୂଆ କରି ସମ୍ପର୍କ ଯେତେବେଳେ ଆରମ୍ଭ ହୁଏ, ତାକୁ ନେଇ ମନରେ ବହୁ କଳ୍ପନା ଥାଏ । ଆଗକୁ କିଛି ଅସୁବିଧା ହେବନି ତ’ ଚିରଦିନ ପାଇଁ ସମ୍ପର୍କ ସ୍ଥାୟୀ ରହିବ ନା ନାଇଁ । ଏମିତି କେତେ ଯେ ଭାବନା ମନକୁ ଆସେ । ଦ୍ୱନ୍ଦ୍ୱ, ଆଶା ନେଇ ଦୁଇଜଣଙ୍କ ଭିତରେ ବନ୍ଧୁତା, ନିବିଡ଼ତାର ପ୍ରଥମ ସୋପାନ ପଡେ଼ । ହେଲେ ଯେତେବେଳେ ଫାଟ ହୁଏ, କିଏ ଭାଙ୍ଗିପଡେ଼ ତ’ ଆଉ କେହି ଜୀବନ ହାରିଦିଏ । ଗବେଷକଙ୍କ ଉଦ୍ୟମରେ ସମ୍ପର୍କକୁ ନେଇ ଥିବା ଏତେ ସବୁ ବିଚାରଗୁଡ଼ିକରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ଆଉ ଭୟ କରିବାକୁ ନାଇଁ । ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଯେ କେହି ଜାଣିପାରିବ କେତେଦିନ ସ୍ଥାୟୀତ୍ୱ ।
ଟେକ୍ସାସ ବିଶ୍ୱବିଦ୍ୟାଳୟର ଗବେଷକ ସମୂହ କେତେଜଣ ପ୍ରେମୀଯୁଗଳଙ୍କୁ ସାମିଲ କରି ଏହି ଗବେଷଣା କରିଛନ୍ତି । ସାମାଜିକ ଗଣମାଧ୍ୟମକୁ ଅନୁଧ୍ୟାନ କରି ସେମାନେ ଜାଣିପାରିଥିଲେ ଯେ କେଉଁ ସମ୍ପର୍କ କେତେ ଦିନ ଧରି ତିଷ୍ଠି ରହିପାରିବ । ୪୪ଜଣଙ୍କୁ ଏହି ଗବେଷଣାର ପ୍ରାରମ୍ଭିକ ପର୍ଯ୍ୟାୟରେ ସାମିଲ କରାଗଲା । ଯେଉଁମାନେ ଲଗାତାର ସାମାଜିକ ଗଣମାଧ୍ୟମରେ ସେମାନଙ୍କ ମନର କ୍ଷୋଭ, ଦୁଃଖକୁ ପ୍ରକାଶ କରୁଥିଲେ, ୩ମାସ ପରେ ସେମାନେ ନିଜ ବନ୍ଧୁ ସହ ସମ୍ପର୍କ ଶେଷ କରିଥିଲେ । ଏଣୁ ସାମାଜିକ ଗଣମାଧ୍ୟମକୁ ଭଲଭାବେ ଦେଖି ପରଖି ବନ୍ଧୁ ବାନ୍ଧିବାକୁ ଗବେଷକଦଳ ପରାମର୍ଶ ଦେଇଛନ୍ତି ।
Powered by Froala Editor
