ଅତ୍ୟାଧୁନିକ ଦେଖାଯିବାର ସଉକରେ ଯେ ଆମେ ନିଜ ଶରୀରକୁ କେତେ ମାତ୍ରାରେ କ୍ଷତି ପହଞ୍ଚାଉଛୁ, ତାହା ସହଜରେ ବୁଝିପାରୁନା । ପୋଲାଣ୍ଡ ୱାରସ ବାସିନ୍ଦା ୨୨ ବର୍ଷୀୟା ଆଲେକଜାଣ୍ଡ୍ରା, ଶରୀରରେ ଟାଟୁ କରିଥିବା ଏହି ଯୁବତୀ ନିଜ ଆଖିରେ ବି ଟାଟୁ କରିବାକୁ ଚାହୁଁଥିଲେ । ଇଣ୍ଟରନେଟରୁ ଭଲଭାବେ ଖୋଜାଖୋଜି କରି ଗୋଟିଏ ଟାଟୁ ଷ୍ଟୁଡ଼ିଓର ଠିକଣା ପାଇଲେ । ତାଙ୍କ ପୂର୍ବରୁ ହଜାରେରୁ ଅଧିକ ଲୋକ ଏହି ଷ୍ଟୁଡ଼ିଓରେ ନିଜ ଆଖିରେ ଟାଟୁ କରାଇସାରିଥିଲେ । କାହାର ମଧ୍ୟ କୌଣସି ଅସୁବିଧା ହୋଇନଥିଲା ।
ଆଲେକଜାଣ୍ଡ୍ରା ସେହି ଷ୍ଟୁଡ଼ିଓର ବିଶେଷଜ୍ଞଙ୍କ ଉପସ୍ଥିତିରେ ଟାଟୁ କରାଇବେ ବୋଲି ସ୍ଥିର କଲେ । ଟାଟୁ କଲେ, ଠିକ ତା’ ପରଦିନ ତାଙ୍କ ଆଖିକୁ ଠିକ ଭାବେ ଦେଖାଗଲାନି । ସଙ୍ଗେସଙ୍ଗେ ସେ ଡ଼ାକ୍ତରଖାନାକୁ ଧାଇଁଲେ । ସେଠି ତାଙ୍କ ଚକ୍ଷୁ ନଷ୍ଟ ହୋଇଥିବା ଡ଼ାକ୍ତର ପରୀକ୍ଷା କରି ଜଣାଇଲେ । ଚିକିସôା ଚାଲିବା ସତ୍ତ୍ୱେ କୌଣସି ଲାଭ ମିଳିଲାନାହିଁ। ତାଙ୍କ ପରିବାର ମଧ୍ୟସେହି ଷ୍ଟୁଡ଼ିଓ ଉପରେ କେସ୍ କରିଛନ୍ତି ।
Powered by Froala Editor
