ଜୁଆ ଆଡ୍ଡାରୁ ୬ ଗିରଫ

ଜୁଆ ଆଡ୍ଡାରୁ ୬ ଗିରଫ

ରାଜ୍ୟ ଖବର


ବୌଦ୍ଧ : ବୌଦ୍ଧ ବାଉଁଶୁଣି ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ରେଡ୍‌ । ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ଜଣ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ସୋନପୁର ଜିଲ୍ଲାର ଜଣେ ରହିଛନ୍ତି ।

ଖବର ଅନୁଯାୟୀ, ଅଇଁଲାପାଲି ଗାଁରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଉଁଶୁଣି ପୋଲିସ ପକ୍ଷରୁ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ୬ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ୬ଟି ମୋବାଇଲ୍‌ ସହ ନଗଦ  ୧୮ ହଜାର ଟଙ୍କା ଜବତ ହୋଇଛି । ଏପିରିକି ଜୁଆରେ ବ୍ୟବହୃତ ସାମଗ୍ରୀ ମଧ୍ୟ ସିଜ୍‌ କରିଛି ପୋଲିସ ।

Powered by Froala Editor