ଟ୍ରକକୁ ପଛରୁ ପିଟିଲା ବସ୍

ଟ୍ରକକୁ ପଛରୁ ପିଟିଲା ବସ୍

ରାଜ୍ୟ ଖବର


କେନ୍ଦୁଝର: ଆଜି ଭୋର ସମୟରେ ଜୁଡ଼ିଆ ଘାଟିରେ ଏକ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ସଦର ଥାନା ଡଙ୍ଗାପାଣି ଗାଁ ନିକଟରେ ଏକ ଟ୍ରକକୁ ପଛରୁ ବସ୍ ପିଟିଥିଲା। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଯାତ୍ରୀବାହୀ ଅଗ୍ରୱାଲ୍ ବସ୍ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଅନୁଗୁଳରୁ ଟାଟା ଯାଉଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ କରୁଛି।



Powered by Froala Editor